ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଯୁନାଇଟେଡ଼ ସ୍ପୋର୍ଟ୍ସ କ୍ଲବ ବରଗଡ଼ ସହ ଜେ.ଡି. କ୍ଲବ-ଫୁଲବାଣୀ ର ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହୋଇ ୩-୧ ଗୋଲରେ ଫୁଲବାଣୀ ଦଳ ବିଜୟୀ ହୋଇ ୧୧ ତାରିଖ ଫାଇନାଲ ରେ ସମ୍ବଲପୁର ସହ ମୁକାବିଲା କରିବ l ଏଥିରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ବିଧାୟକ ଚକ୍ରମଣି କହଁର ,କନ୍ଧମାଳ ଜିଲ୍ଲା କ୍ରୀଡା ସଂଘ ର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ଉପଦେଷ୍ଟା ଶେଖ ସାଦିକ, ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଖେଳ କୁ ଉଦଘାଟନ କରିଥିଲେ l ଫୁଲବାଣୀ ଜେଡି କ୍ଲବ ର ୧୧ ନମ୍ୱର୍ ଖେଳାଳି ଜିତୁ ମୁଦୁଲି ଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିବା ବେଳେ ଆଜି ଗୋଲ କରିଥିବା ଉଭୟ ଦଳ ର ୪ ଜଣ ଖେଳାଳି ସଂଜିତ ଖାରା, ସୋନୁ ସାନା ଏବଂ ଦୁଇଟି ଗୋଲ କରିଥିବା ଜିତୁ ମୁଦୁଲି ଙ୍କୁ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ବିଧାୟକ ଶ୍ରୀ କହଁର ପ୍ରଦାନ କରିଥିଲେ। ସୋମବାର ରଏହି ଖେଳକୁ ମୁଖ୍ୟ ରେଫେରୀ ଭାବେ ଏମ.ଡି. ଶେଖଲିନ, ବିଶ୍ଵନାଥ କହଁର, ଶମ୍ଭୁ ନାଥ ମଲ୍ଲିକ, ଓ କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l ୧୦ ତାରିଖ ସବୁଠାରୁ ଆକର୍ଷଣୀୟ ମହିଳା ଫୁଟବଲ ମ୍ୟାଚ ବରଗଡ଼ ସହ ଭୁବନେଶ୍ୱର ମଧ୍ୟରେ କଡା ମୁକାବିଲାର ଖେଳ ଅନୁଷ୍ଠିତ ହେବ l ଏହି ରାଜ୍ୟ ସ୍ତରୀୟ ଫୁଟବଲ ମ୍ୟାଚ ଚଳିତ ମାସ ୧୧ ତାରିଖ ଦିନ ଫାଇନାଲ ଖେଳତଥା ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ, ଏଥିରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଉପଦେଷ୍ଟା ମଣ୍ଡଳୀ ର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ,ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l