ଯନ୍ତ୍ରୀଙ୍କ ଟେବୁଲ ଡ୍ରରେ ପୁଳାପୁଳା ଗୁଟଖା !

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କରୁଣାକର ତ୍ରିପାଠୀଙ୍କ ଟେବୁଲ ଡ୍ର ଭିତରୁ ପୁଳା ପୁଳା ଗୁଟଖା ଦେଖିବାକୁ ମିଳିଥିଲା l ସତରେ ଏହା ଅଫିସ କାର୍ଯ୍ୟାଳୟ ନା ଗୁଟଖା କାରଖାନା । ଯଦି ଜଣେ ସରକାରୀ କର୍ମଚାରୀ ହୋଇ ନିଜ ଅଫିସ ପରିସରରେ ଏଭଳି କରିବେ ତାହାହେଲେ ସାଧାରଣ ଲୋକ ଏମାନଙ୍କଠାରୁ କଣ ଶିକ୍ଷା ପାଇବେ l ଏବାବଦରେ ଆମେ ବିଡ଼ିଓଙ୍କ ପ୍ରତିକ୍ରିୟା ନେଇଥିଲୁ ହେଲେ ମୁଁ ଏ ବିଷୟରେ କିଛି ଭି ଜାଣିନି ଆଉ ତାଙ୍କର ଜୁଯୁମୁରାକୁ ଟ୍ରାନ୍ସଫର ହୋଇଯାଇଛି ବୋଲି କହିଥିଲେ l ବାରମ୍ବାର ସରକାର ପ୍ରଚାର ପ୍ରସାର କରୁଛନ୍ତି ଯେ ସାଧାରଣ ସ୍ଥାନରେ କିମ୍ବା କୌଣସି ଅଫିସ ପରିସରରେରେ ଗୁଟଖା କିମ୍ବା ମାଦକ ଦ୍ରବ୍ୟର ସେବନ କଲେ ସେହି ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ହେଲେ ଏଠି ତ ବାବୁଙ୍କ କାହାରିକୁ ଖାତିର ନ କରି ଖୁଲମ ଖୁଲା ଭାବେ ପୁଳା ପୁଳା ଗୁଟଖା ନିଜ ଡ୍ର ରେ ରଖିଥିବା ନଜର କୁ ଆସିଛି l ଦେଖାଯାଉ ବାବୁ ପୁଣି ନୂଆଁ ଜାଗାରେ କିଭଳି ଗୁଟଖାର ପ୍ରଚାର ପ୍ରସାର କରିବେ ନା ସୁଧୁରିଯିବେ ।

Comments (0)
Add Comment