ବାତଜ୍ୱର ଔଷଧସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ

ଗଣିଆ : ପୂର୍ବାହ୍ନରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସ ଆନୁଷ୍ଠାନିକ ଭାବେଏହି କାଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାଯ୍ୟକ୍ରମ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏହି ବଟିକା କେବଳ ଗର୍ଭବତୀ ମହିଳା, ୨ ବର୍ଷରୁ କମ୍‌ ଶିଶୁ ଓ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଆଉ ସମସ୍ତେ ଖାଇପାରିବେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଗଣିଆ ବ୍ଲକରେ ଔଷଧ ସେବନ ହାର କମ୍‌ ଥିବାରୁ ସମସ୍ତଙ୍କୁ ଔଷଧ ସେବନ କରାଇପାରିଲେ ଫାଇଲେରିଆ ନିରାକରଣ ସଫଳ ହୋଇପାରିବ ବୋଲି ଡାକ୍ତର ସାଇରାମ ମହାପାତ୍ର ସୂଚନା ଦେଇଛନ୍ତି । । ଆଶା ଓ ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ବୁଲି ଏହି ବଟିକା ବାଣ୍ଟିବେ ସହିତ ପାରାମେଡିକାଲ କର୍ମଚାରୀ ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନଙ୍କୁ ମଧ୍ୟ ତାଲିମ ଦିଆଯାଇଛି । ଏହି ଔଷଧ ସେବନକୁ ସୁଦୁରପ୍ରସାରୀ କରିବା ନିମନ୍ତେ ସମସ୍ତ କାର୍ଯ୍ୟାଳୟରେ ଔଷଧ ଖାଇ ଉଦଘାଟନ କରାଯିବାକୁ ସ୍ଥିର କରାଯାଇଛି । ଏହି କାଯ୍ୟକ୍ରମରେ ଡାକ୍ତର ସାଇରାମ ମହାପାତ୍ର , ଡାକ୍ତର ପ୍ରଭାକର ଦାସ, ଡାକ୍ତର ଦୀପକ ଦେବାଶିଷ ଦାସ , ଡାକ୍ତର ସୁଶ୍ରୀ ପ୍ରଭାତୀ ପ୍ରିୟଦର୍ଶିନୀ, ଫାର୍ମାସିଷ୍ଟ ରଞ୍ଜିତ କୁମାର ପରିଡା ସହଯୋଗ କରିଥିବାବେଳେ ଚିକିତ୍ସାଳୟର ସ୍ୱାସ୍ଥ୍ୟ କର୍ମୀ, ପାରାମେଡିକାଲ ଷ୍ଟାଫ, ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀ, ଆଶା ଓ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment