କେରାଣ୍ଡି ପଞ୍ଚାୟତରେ ମତଦାନ ଶାନ୍ତିପୂର୍ଣ୍ଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତରେ ମତଦାନ ଶାନ୍ତିଶୃଙ୍ଖଳା ଭାବେ ଅନୁଷ୍ଠିତ ହୋଇଯାଇଛି । ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଥିଲା । ଭୋଟରମାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ପଞ୍ଚୟତର ପ୍ରତ୍ୟେକ ଗ୍ରାମରେ ଭୋଟରମାନେ ଧାଡିରେ ଛିଡ଼ା ହୋଇ ଶାନ୍ତିଶୃଙ୍ଖଳା ଭାବେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଶାନ୍ତିଶୃଙ୍ଖଳା ସକାଶେ ପୋଲିସ ପେଟ୍ରୋଲିଙ୍ଗ କରିଥିବା ଦେଖିବାକୁ ମିଳିଥିଲା । ପ୍ରାର୍ଥୀମାନେ ପଞ୍ଚୟତର ପ୍ରତ୍ୟେକ ଗ୍ରାମର ଭୋଟ କେନ୍ଦ୍ରକୁ ଯାଇ ଭୋଟ୍‌ ଶାନ୍ତିଶୃଙ୍ଖଳା ଚାଲିଛି କି ନାହିଁ ବୋଲି ବୁଲି ଦେଖିଥିଲେ ।

Comments (0)
Add Comment