ପୁରୀ ଆରଟିଓଙ୍କ ଅଚାନକ ଚଢ଼ାଉ

ଭୁବନେଶ୍ୱର: ଗତ ୦୧-୦୩- ୨୦୨୪ ରୁ ୧୧-୦୩ ଯାଏଁ ପୁରୀ ଆରଟିଓ, ଏମ ଭି ଆଇ ଓ ପୋଲିସ୍‌ର ମିଳିତ ସହଯୋଗରେ ସଦମହକୁମାର ବାସେଳିସାହି ଥାନା ଅଞ୍ଚଳ ସମେତ ଜିଲ୍ଲା ର ବିଭିନ୍ନ ଜାଗାରେ ଅଚାନକ ଚଢ଼ାଉ କରି ୨୯ ଜଣ ମାଦକ ଦ୍ରବ୍ୟ ସେବନ କରିଥିବା ଚାଳକଙ୍କ ଗାଡ଼ିକୁ ଜବତ କରି ଚାଲାଣ କରିଥିବା ବେଳେ ମଦୁଆ ଚାଳକଙ୍କୁ କୋର୍ଟ ଚାଲାଣ କରିଛି । ସମୁଦାୟ ୩୯ ଲକ୍ଷ ୯୬ ହଜାର ୫୦୮ ଟଙ୍କା ଫାଇନ ଆଦାୟ କରଯାଇଥିଲା । ବିନା ହେଲମେଟ ରେ ୧୪୭ ଜଣ, ମୋବାଇଲ ୟୁଜରଙ୍କୁ ୪ ଜଣ, ଅନ୍ୟାନ୍ୟ କେଶ ରେ ୨୫୭ ଜଣ ଙ୍କ ସମେତ ସମୁଦାୟ ୬୪୨ ଗୋଟି ଚାଲାଣ କରାଯାଇଥିବା ଜଣାଯାଇଛି । ବିଭାଗୀୟ କମିଶନର ଅମିତାଭ ଠାକୁରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ରଙ୍କ ପରାମର୍ଶ ଓ ତତ୍ତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଆରଟିଓ ରବିନ୍‌ ପଟ୍ଟନାୟକ ଏମଭିଆଇ ରାଜେଶ୍‌ କୁମାର ମହାପାତ୍ର, ସହକାରୀ ଏମଭିଆଇ ଅମିତ୍‌ କୁମାର୍‌ ରଣା ଓ ଟ୍ରାଫିକ ଇନ୍ସପେକ୍ଟର ସୁମନ୍ତ ପାତ୍ରଙ୍କ ସହିତ ପୁରୀ ଆଞ୍ଚଳିକ ପରିବହନ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିଲେ । ଆଗକୁ ଜିଲ୍ଲାର ବିଭିନ୍ନ ଜାଗାରେ ଏଭଳି ଅଚାନକ ଚଢ଼ାଉ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ମିଡ଼ିଆକୁ ସୂଚନା ଦେଇଥିବା ବେଳେ ଗାଡ଼ି ଚାଳକ ଏଣିକି ସଚେତନ ଓ ସାବଧାନ ହୋଇ ସଡ଼କ ସୁରକ୍ଷା ଆଇନକୁ ମାନି ଚଳିବାକୁ ନିବେଦନ କରିଛନ୍ତି । ଯାହା ଦ୍ୱାରା ଗାଡ଼ି ଚାଳକ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କ ଧନ ଜୀବନ ସୁରକ୍ଷିତ ହେବ ବୋଲି କହିଛନ୍ତି ।

Comments (0)
Add Comment