ଫୁଲବାଣୀ/ବାଲିଗୁଡା: ୧୨୭ ବାଟାଲିୟନ ସିଆରପିଏଫ ଥାନା ଗୋଛପଡା ଅନ୍ତର୍ଗତ ବାଳନ୍ଦାପଡ଼ା ଠାରେ ଆଣ୍ଟି ନକ୍ସଲ ଡିଉଟି ପାଇଁ ନିୟୋଜିତ ହୋଇଥିଲା । ବାଟାଲିୟନ ପକ୍ଷରୁ ବାଳନ୍ଦାପଡା ପଂଚାୟତ, ଲୁଇସିଙ୍ଗ ପଂଚାୟତ ତଥା କୁଇରମାଣ୍ଡୁ ପଂଚାୟତ ଗାଁ ର ଅଭାବି ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ, ରେଡ଼ିଓ ତଥା ୱାଟର ଷ୍ଟରେଜ ଟ୍ୟାଙ୍କ ବଣ୍ଟନ କରାଯାଇଥିଲା । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଅର୍ଥିକ ସହାୟତା ଯୋଜନା ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏହି ମାନବିକତା ସିଭିକଆକ୍ସନ ଆୟୋଜିତ ହୋଇଥିଲା । ଏସ କେ ମହାନ୍ତି ଇନ୍ସପେକ୍ଟର ଜେନେରାଲ ପୋଲିସ ଓଡିଶା ସେକ୍ରେଟର, ବିଜୟ କୁମାର ଡିଆଇଜି ସମ୍ବଲପୁର ରେଞ୍ଜ ଟିଏସି ରାୟଗଡା , ଆନନ୍ଦ ଝା କମାଣ୍ଡାଣ୍ଟ ୧୨୭ ବାଟାଲିୟନ ଏହି ଆବଶ୍ୟକ ଜିନିଷକୁ ସ୍ଥାନୀୟବାସୀଙ୍କୁ ବଣ୍ଟନ କରିଥିଲେ । ଏହି ଅବସରରେ ସିଆରପିଏଫର ଆର ଏଲଫିମାନେଟ ଦ୍ୱିତୀୟ କମାଣ୍ଡେଣ୍ଟ ଅଧିକାରୀ ତଥା ଅନ୍ୟ ବରିଷ୍ଠ ଅଧିକାରୀ ୧୨୭ ବାଟାଲିୟନର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ନିରାକାର ନାୟକ ସରପଞ୍ଚ ବଲଣ୍ଡପଡା, ସୁଦର୍ଶନ କହଁର ସରପଞ୍ଚ ଲୁଇସିଙ୍ଘ ତଥା ଅଜିତ କୁମାର ସାହୁ । ଥାନା ପ୍ରଭାରୀ ଗୋଛପଡା ତଥା ଅଂଚଳର ବିଶିଷ୍ଠ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଯୋଜନା ଅଧୀନରେ ସମୁଦାୟ ୧୮୩ ପରିବାର ଉପକୃତ ହୋଇଥିଲେ । ଏସକେ ମହାନ୍ତି ଇନ୍ସପେକ୍ଟର ଜେନେରାଲ ପୁଲିସ ଓଡିଶା ସେକ୍ଟର ସୂଚନା ଦେଇଛନ୍ତି ଯେ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ କରାଯିବ ।