୧.୨୮ ମିନିଟରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ : ଗୋଟାଏ ୨୮ମିନିଟରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଏହି ସମୟ ଶୁଭ ମୁହୂର୍ତ୍ତ ନିର୍ଘଣ୍ଟ ହୋଇଥିବାରୁ ସେହି ସମୟରେ ହିଁ ରତ୍ନଭଣ୍ଡାର ଖୋଲାଯିବ ବୋଲି ଶ୍ରୀ ରଥ କହିଛନ୍ତି । ଏହା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ତଦାରଖ କମିଟିର ବୈଠକ ବସିଥିଲା । ଏଥିରେ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ । ପୂର୍ବରୁ ପୂର୍ବାହ୍ନ ରେ ଶ୍ରୀଲୋକନାଥଙ୍କ ଦେବଙ୍କ ନିକଟରୁ ଆଜ୍ଞାମାଳ ଶ୍ରୀମନ୍ଦିରକୁ ବିଜେ କରିଥିଲା । ସେବାୟତ ଗଣ ପଟୁଆରରେ ଆଜ୍ଞାମାଳ ଆଣି ଶ୍ରୀମନ୍ଦିରକୁ ଆସିଥିଲେ । ଏବେ ସେହି ଶୁଭମୁହୂର୍ତ୍ତକୁ ଅପେକ୍ଷା ଖୋଲା ଯିବ ରତ୍ନଭଣ୍ଡାର ।

Comments (0)
Add Comment