ଜିଲ୍ଲାସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀଯୁକ୍ତ ନେତ୍ରାନନ୍ଦ ଶତପଥି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର, ଏଡିପିଏଚଓ ଡକ୍ଟର ମହେନ୍ଦ୍ର କୁମାର ଭୂୟାଁ, ଡିପିଏମ ସୌମ୍ୟରାଣୀ ଗୌଡ଼, ଡିପିଏଚଓ ଡକ୍ଟର ମହମ୍ମଦ ମୁବାରକ ଅଲ୍ଲୀ, ଡିଏମଓ ପ୍ରମୋଦ କୁମାର ପାଢୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ । ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପଠନ କରାଯାଇଥିଲା । ମଞ୍ଚାସିନ ଅତିଥି ମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଶ୍ରେଷ୍ଠ ବିବେଚିତ ଆଶା, ଗାଁ କଲ୍ୟାଣ ସମିତି ପଞ୍ଚାୟତ ଓ ମହିଳା ଆରୋଗ୍ୟ ସମିତିଙ୍କୁ ପୁରସ୍କାର ଓ ମାନପତ୍ର ବିତରଣ କରଯାଇଥିଲା । ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସଭ୍ୟ,ସଭ୍ୟାଙ୍କ ଦ୍ୱାରା ଅନୁଭୂତି ଉପସ୍ଥାପନା କରିଥିଲେ । ଡେପୁଟି ମ୍ୟାନେଜର ସୁଶାନ୍ତ ପ୍ରସାଦ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment