ସଂସ୍କାରଭାରତୀ ପଶ୍ଚିମ ପ୍ରାନ୍ତ ପକ୍ଷରୁ କରମସାନି ମହୋତ୍ସବ ପାଳନ

ସୁବର୍ଣ୍ଣପୁର : ଆଜାଦି କେ ଅମୃତ ମହୋତ୍ସବ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଗ୍ରାମରେ ସଂସ୍କାରଭାରତୀର ପଶ୍ଚିମ ପ୍ରାନ୍ତ ପକ୍ଷରୁ ଜିଲ୍ଲାର ୫୦୦ କରମସାନି କଳାକାରମାନଙ୍କୁ ନେଇ କରମସାନି ମହୋତ୍ସବ ପାଳନ କରାଯାଇଥିଲା । ଏହି ମହୋତ୍ସବରେ ସଂସ୍କାରଭାରତୀ ପଶ୍ଚିମ ପ୍ରାନ୍ତର ମହାମନ୍ତ୍ରୀ ନାଟ୍ୟମହର୍ଷି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ପୌରହିତ୍ୟରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ଡୁଙ୍ଗୁରିପାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ମକରଧ୍ୱଜ ସାହୁ, ସଭାପତି ମହାଦେବ ବେହେରା, ରମେଶ ପ୍ରଧାନ, ପଣ୍ଡକିଟାଲ ସରପଞ୍ଚ ଗୋବିନ୍ଦ ସେଠ୍‌,ନାଇକେନପାଲି ଓ ବଡକର୍ଲେର ସମିତି ସଭ୍ୟ, ସରପଞ୍ଚଙ୍କ ସହ ସମସ୍ତ ୱାର୍ଡ଼ ମେମ୍ବର ଜିଲ୍ଲା ପରିଷଦର ନୋମିନି ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ଉପସ୍ଥିତ ସମସ୍ତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଣ୍ଡକିଟାଲ ବଜରଙ୍ଗଦଳର ଉପସଭାପତି ରିଙ୍କୁଙ୍କ ସମେତ ଅନେକ ସଦସ୍ୟ ସହଯୋଗ କରିଥିବା ବେଳେ ଗ୍ରାମର ସମସ୍ତ ଅଧିବାସୀ ପ୍ରତ୍ୟେକ ଘର ସାମ୍ନାରେ ଜାଗରଜାଳି ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ, ଯାହାକି ଏକ ସୁସ୍ଥ ପରମ୍ପରାର ନିଚ୍ଛକ ଉଦାହରଣ ଭାବେ ଦେଖିବାକୁ ମିଳିଥିଲା ।

Comments (0)
Add Comment