ବଜ୍ରକାପ୍ତା ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗୀନ୍ଦ୍ର ଭୋଇଙ୍କ ଘରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହି ବଜ୍ରକାପ୍ତାଟି ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର ପାଖରେ ବୁଲୁଥିବା ଦେଖି ସେ ବଜ୍ରକାପ୍ତାକୁ ନିଜ ଘରକୁ ନେଇ ରଖିଥିଲେ । ଯୋଗୀନ୍ଦ୍ର ବିନିକା ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବିନିକା ରେଞ୍ଜର ଅଭିନାଶ ବରିହାଙ୍କର ନେତୃତ୍ୱରେ ଏକ ଟିମ ଗଠନ କରି ବିନିକା ଫରେଷ୍ଟର ଲିଙ୍ଗରାଜ ନାୟକ ଓ ତାଙ୍କର ସହଯୋଗୀ ଲିଙ୍ଗରାଜ ନାୟକ ଫରେଷ୍ଟର ରାମପୁର, ଜନାର୍ଦ୍ଦନ ସ୍ୱାଇଁ, ଫରେଷ୍ଟର, ବିନିକା, ଅଶ୍ୱିନୀ କାଲସେ, ସୁରେନ୍ଦ୍ର ଭୋଇ, ସମ୍ପଦ ଲବଣି( ସ୍କ୍ୱାର୍ଡ ) କୁନ୍ତୀ ରାୟ ଫରେଷ୍ଟ ଗାର୍ଡ ପ୍ରମୁଖ ସଦଳବଳେ ସେଠାରେ ପହଂଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

Comments (0)
Add Comment