୭ ମାସର ନିଷ୍ପାପ ଶିଶୁକୁ କଚାଡ଼ି ମାରିଲା ବାପା

 ଢେଙ୍କାନାଳ : ବାପା ନା କଂସେଇ ? ସ୍ତ୍ରୀ ସହ ଲାଗି ରହୁଥିବା କଳହର ରାଗ ସାରିଦେଲା କୁନି ଝିଅ ଉପରେ। ୭ ମାସର ନିଷ୍ପାପ ଶିଶୁକୁ କଚାଡ଼ି ମାରିଲା ଜହ୍ଲାଦ ବାପା। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ଗ୍ରାମରେ ଘଟିଛି ଏଭଳି ସ୍ପର୍ଶକାତର ହୃଦୟବିଦାରକ ଘଟଣା। ପରିବାର ଲୋକଙ୍କ ବୋତଲ ମାଡ଼ରେ ଅଭିଯୁକ୍ତ ଗୁରୁତର। 

ସୂଚନାନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା କୁଦାସାହି ଗ୍ରାମର ସଞ୍ଜୟ ଚାତାର(୨୫ ବର୍ଷ) କଣ୍ଟାପାଳ ସ୍ଥିତ ଶ୍ଵଶୁର ଘରେ ରହି ଶ୍ରମିକ ଭାବେ କାମ କରେ। ସୋମବାର ପତ୍ନୀ ଜନନୀ ମୁଣ୍ଡା(୨୧ ବର୍ଷ)ଙ୍କ ସହ ସଞ୍ଜୟର ଝଗଡ଼ା ହୋଇଥିଲା। କିଛି କାମଦାମ ନକଲେ ପରିବାର କେମିତି ଚଳିବ ବୋଲି ସ୍ତ୍ରୀ ତାଗିଦ୍ କରିବାରୁ ସଞ୍ଜୟ ରାଗି ଯାଇଥିଲା। ପାଖରେ ଥିବା ୭ ମାସର ଶିଶୁକନ୍ୟାକୁ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। 

Comments (0)
Add Comment