ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ,ଫୁଲବାଣୀ ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁର ମିଳିତ ଆନୁକୂଲ୍ୟରେ ଏକ ମେଗା କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସ୍ଥାନୀୟ ନାରୟଣୀ ଯାତ୍ରା ମଣ୍ଡପ ଠାରେ ସର୍ବସାଧାରଣଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୭୫ ଜଣ ସେମାନଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ ୨୦ ଜଣ ମୋତିଆ ବିନ୍ଦୁ ଅପରେସନ ପାଇଁ ଯାଇଛନ୍ତି । ଆସନ୍ତକାଲି ମହାନଦୀ ହସ୍ପିଟାଲରେ ରୋଗୀମାନଙ୍କ ପରଳ ଅସ୍ତ୍ରପଚାର କରାଯିବ । ୨୦.୦୧.୨୦୨୪ ହସ୍ପିଟାଲ ବସରେ ସେମାନେ ଫେରିବେ । ରୋଗୀ ମାନଙ୍କ ଯିବା ଆସିବା, ରହିବ, ଖାଇବା ସମ୍ପୂର୍ଣ୍ଣ ମାଗଣାରେ ସମ୍ପାଦିତ ହୋଇଛି । ଏହି ଶିବିର କାର୍ଯ୍ୟକ୍ରମରେ ସଂଘର ସଭାପତି କମଳାକାନ୍ତ ପାଣ୍ଡେ, କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ସ୍ୱାଇଁ, ଉପସଭାପତି ନବକିଶୋର ରଥ, ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ, ସଂଗଠନ ସମ୍ପାଦଜ ରାଜକିଶୋର ପାଢ଼ୀ, ଯୁଗ୍ମସମ୍ପାଦକ ବଂଶୀଧର ପଣ୍ଡା, ଗଭର୍ଣ୍ଣିଙ୍ଗ ବଡିର ସଦସ୍ୟ ନବୀନ କିଶୋର ପଣ୍ଡା, କର୍ମକର୍ତ୍ତା ଶ୍ରୀମତୀ ମଞ୍ଜୁଳା ପାଣିଗ୍ରାହୀ, ପ୍ରମୋଦ ସାହୁ, ମଧୁସୂଦନ ସାହୁ, ମୋହନ ପ୍ରଧାନ, ବିକାଶ ମହାନ୍ତି, ସୁବାସ ଚଦ୍ର ବେହେରା ସହଯୋଗ କରିଥିଲେ ।
ମହାନଦୀ ନେତ୍ର ଚିକିତ୍ସାଳୟର ଡ଼କ୍ଟର ପ୍ରଶାନ୍ତ କୁମାର ଶତପଥି, ଧର୍ମରାଜ ନାୟକ, ଚନ୍ଦ୍ରଶେଖର ନନ୍ଦ, ମହେଶ ବେହେରା ପ୍ରମୁଖ ଚକ୍ଷୁ ଶିବିର ପରିଚାଳନା କରିଥିଲେ ।