ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ବ୍ଲକ କଲୋନୀ ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ ବାଲିଗୁଡା ଥାନାରେ ଏତଲା ହୋଇଛି । ଘଟଣାରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ ହେବା ଯୋଗୁଁ ବିଦ୍ୟୁତ ଜିଲ୍ଲା ତମାମ ବିଛିନ୍ନ ହୋଇ ରହିଥିଲା । ଏହି ପରିପ୍ରେକ୍ଷୀରେ ବାଲିଗୁଡା ଟାଉନ ରାତି ତମାମ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଥିଲା । ଉକ୍ତ ବିଦ୍ୟାଳୟ ଛୁଟି ଥିବା ଯୋଗୁଁ ଏହି ଅନ୍ଧାରର ଫାଇଦା ନେଲେ ଦୁର୍ବୃତ୍ତ ମାନେ ଚୋରି କରିଥିବା ସନ୍ଦେହ କରାଯାଉଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିବା ଅନୁଯାୟୀ ବୁଧବାର ରାତିରେ କିଛି ଦୁର୍ବୃତ୍ତ ସ୍କୁଲର ତାଲା ଭାଙ୍ଗି କମ୍ପ୍ୟୁଟର ସାମଗ୍ରୀ ଚୋରି କରି ନେଇଯାଇଛନ୍ତି । ମୁଁ ଶୁକ୍ରବାର ସକାଳୁ ଆସିବା ପରେ ଦେଖିଲି ସ୍କୁଲର କମ୍ପ୍ୟୁଟର ସାମଗ୍ରୀ ଚୋରି ହେଇଯାଇଛି । ଏନେଇ ମୁଁ ବାଲିଗୁଡ଼ା ଥାନାରେ ଏତଲା ଦେଇଛି । ଏତଲାକୁ ଭିତ୍ତି କରି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ଏକ ମାମଲା କେଶ ନଂ. ୧୫୪/୨୩ ରେ ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛନ୍ତି ।