ସରପଞ୍ଚ ମାନଙ୍କ ଦକ୍ଷତା ବିକାଶ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର

ଜହ୍ନାପଙ୍କ,୧୮/୧୦: ବୌଦ୍ଧ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୁଲ୍ୟରେ ବୌଦ୍ଧ ଜିଲ୍ଲାର ବାଉଶୁଣିଠାରେ ସରପଞ୍ଚଙ୍କ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ରାହୁଲ ପ୍ରଧାନ ମୁଖ୍ୟ ଅତିଥି, କଣ୍ଟାମାଳ ଭି ଏ ଏସ୍‌ ବିମଲ କୁମାର ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ଅଧିକାର ଓ ଗୃହ ପାଳିତ ପ୍ରାଣୀ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ । ବୌଦ୍ଧ ଜିଲ୍ଲାର ୩ ଟି ବ୍ଳକର ସମସ୍ତ ପଞ୍ଚାୟତରୁ ସରପଞ୍ଚ ମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ କିପରି ଯୋଜନା ପ୍ରସ୍ତୁତି ହେବ, ପ୍ରକୃତ ହିତାଧିକାରୀ କିପରି ସୁଫଳ ପାଇ ପାରିବେ ସେଥିପାଇଁ ତାଲିମ ଦିଆଯାଇଥିଲା । ପ୍ରଶିକ୍ଷକ ଭାବେ ମାନସ ରଞ୍ଜନ ଧଳ ଓ ସହ ପ୍ରଶିକ୍ଷକ ଭାବେ ପ୍ରଭାତ ଶତପଥି ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ୨୧ ତାରିଖରେ ଉଦଯାପିତ ହେ

Comments (0)
Add Comment