ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ରାଇରଙ୍ଗପୁର: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଆଜି ସକାଳ ୬ଟାରୁ ଖୋଲିଛି। ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସ୍ବାଗତ କରାଯାଇଛି। ଆଜି ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍ ଦେଇ ପ୍ରବେଶ କରିପାରିବେ। ୩୫ଟି ଚାରିଚକିଆ ଯାନ କାଳିଆଣି ତନଖି ଫାଟକ, ଯଶିପୁର ଦେଇ ଓ ବାକି ୨୫ଟି ଗାଡ଼ି ପିଠାବାଟା ତନଖି ଫାଟକ ଦେଇ ଭିତରକୁ ଯାଇପାରିବ।

Comments (0)
Add Comment