ଧଳପୁର-ଆଠମଲ୍ଲିକ ସେତୁ ନିକଟରେ ଦୁର୍ଘଟଣା ; ୨ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ଖରସଂକୁଳେଇ ଛକ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣା ରେ ଦୁଇ ବାଇକ ଆରୋହୀ ଗୁରୁତର । ଗୁରୁତରଙ୍କୁ ପ୍ରଥମେ ଆଠମଲ୍ଲିକ ମେଡିକାଲ ପରେ ସଂକଟାପନ୍ନ ହେବାରୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା । ମିଳିଥିବା ସୂଚନା ଅନୁଯାଇ ଦୁଇ ବାଇକ ଆରୋହୀ ହେଲେ ପିନାକୀ ନାୟକ ଓ ଚିତ୍ତରଞ୍ଜନ ନାୟକ ଉଭୟ ଦୁଇଜଣ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାକରା ଅଞ୍ଚଳର ହୋଇଥିବା ବେଳେ ବିବାହ ନିମନ୍ତ୍ରଣ ଦେବା ପାଇଁ ଆଠମଲ୍ଲିକ ଅଭିମୁଖେ ଯାଉଥିଲେ । ହଠାତ ଖରସଂକୁଳେଇ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ମାରିଥିବା ଏବଂ ଉଭୟ ବାଇକ ଆରୋହୀ ଘଟଣା ସ୍ଥଳରେ ଦୀର୍ଘ ୧ ଘଣ୍ଟା ଧରି ରକ୍ତ ଜୁଡୁବୁଡୁରେ ଧୁ ଧୁ ଖରାରେ ପଡିରହିଥିଲେ । ଏପରିକି ଆମ୍ବୁଲାନ୍ସ ଆସିବା ରେ ୨ଘଣ୍ଟା ବିଳମ୍ବ ନେଇ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିଲେ । ଖବର ପାଇ ହରଭଙ୍ଗା ଥାନା ଅଧିକାରୀ ନଳିନୀକାନ୍ତ ଦାସ ଓ ଟିମ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ଥିବା ବେଳେ ଉକ୍ତ ଛକ ନିକଟରେ ହମ୍ସ ନିର୍ମାଣ ପାଇଁ ଲୋକେ ଦାବି କରିଥିଲେ । ସେପଟେ ଆଠମଲ୍ଲିକରୁ ଆମ୍ବୁଲାନ୍ସ ଆସି ଉଭୟ ଗୁରୁତରଙ୍କୁ ପ୍ରଥମେ ଆଠମଲ୍ଲିକ ଡାକ୍ତରଖାନା ଓ ଅବସ୍ଥା ସଂକଟାପନ୍ନ ହେବାରୁ ଅନଗୁଳ ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ରାସ୍ତା ଅବରୋଧ କରିଥିବା ସ୍ଥାନୀୟ ବାସିନ୍ଦା ହରଭଙ୍ଗା ତହସିଲଦାରଙ୍କୁ ଯୋଗାଯୋଗ କରିଥିବା ବେଳେ ସମ୍ଭବ ହୋଇନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

Comments (0)
Add Comment