ଭୁବନେଶ୍ୱର : ଆସନ୍ତା ୧୫ କିମ୍ବା ୧୬ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁପାରେ । ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି । ଆଜି ମହାରାଷ୍ଟ୍ର, ଗୁଜୁରାଟ, ବିହାରର କିଛି ଅଂଚଳ ମୌସୁମୀ ଛୁଇଁଛି । ତେଣୁ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡିଶାକୁ ମୌସୁମୀ ଆସିବ । ପ୍ରଥମେ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହେବା ନେଇ ଆଶା କରାଯାଉଛି ଓ ଓଡିଶାରେ ଏମିତି ଖରା ଜାରିରହିବା ସହ ୧୪, ୧୫ ଆଡକୁ ବାଦଲ ଘୋଟିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।