ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନ ସାଳପଡା ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀଙ୍କ ଘରେ ଭିଜିଲାନ୍ସ ରେଡ଼ ଚାଲିଛି । ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀଙ୍କ ଘରେ ରେଡ୍ ଚାଲିଛି । ମୋଟ୍ ୮ଟି ସ୍ଥାନରେ ଭିଜିଲାନ୍ସର ୯ଟି ଟିମ୍ ଚଢ଼ାଉ କରୁଛି । ଏହିସବୁ ସ୍ଥାନମାନଙ୍କ ମଧ୍ୟରେ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ରହିଥିବାବେଳେ ବାଲେଶ୍ୱର, କେଉଁଝର ଆନନ୍ଦପୁର ରହିଛି । ନନ୍ଦିପଦା ସ୍ଥିତ ଘର , ଭୁବନେଶ୍ୱର ଫ୍ଲାଟ , ଅଫିସ , ଭଦ୍ରକରେ ସ୍ତ୍ରୀଙ୍କ ନାଁରେ ଥିବା ଘର, ଶ୍ବଶୁର ଘର ଆଦି ସ୍ଥାନରେ ଚଢ଼ାଉ ଚାଲିଛି ।