ପଥରବନ୍ଧ ଅଞ୍ଚଳରେ ମହିଳା ନେତ୍ରୀଙ୍କ ଦ୍ଵାରା ପାଠ୍ୟ ଉପକରଣ ବଣ୍ଟନ

ଭୁବନେଶ୍ୱର: ପଥରବନ୍ଧ ଅଞ୍ଚଳରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା କେ. ଭାରତୀ ରେଡ୍ଡୀ ଙ୍କ ନେତୃତ୍ୱରେ ହନୁମାନ ମନ୍ଦିର ସାହି, ଲାୟନସ କ୍ଲବ , ଟାଇଗର କ୍ଲବ , ମଝି ସାହି ଅଂଚଳରେ ମହିଳା ସଶସ୍ତ୍ରୀକରଣ ପାଈଁ ଆଲୋଚନା କରିବା ସହିତ ସ୍କୁଲ୍ ପିଲା ମାନଙ୍କୁ ପାଠ୍ୟ ପୁସ୍ତକ ଓ ଶିକ୍ଷା ଉପକରଣ ବିତରଣ କରାଯାଇ ପିଲାମାନଙ୍କୁ ସୁସ୍ଥ ଓ ନିରୋଗ ରହିବା ସହିତ କରୋନା ସଚେତନତାକୁ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦିଆଗଲା। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ସ୍କୁଲ୍ ପିଲା ଯୋଗ ଦେଇଥିଲେ ଓ ସ୍ଥାନୀୟ ଅଞ୍ଚଳର ମହିଳା ନେତ୍ରୀ ଦ୍ରୌପଦୀ ଦେବୀ, ନସିମ୍ ବିବି, ବୀଣାପାଣି ପରିଡ଼ା ଓ ଅନ୍ୟ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments (0)
Add Comment