କଟକ: ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବାକୁ ମିଳିଲା ମାସେ ମହଲତ । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର।
ଅର୍ଥାତ ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ସମୟସୀମା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ପାଇଁ ବୁକିଂ ହୋଇଥିଲା କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ବି ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।