ଏଥର ରାଜଧାନୀରେ କଟକଣାମୁକ୍ତ ଦୂର୍ଗା ପୂଜା

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେଲା ସମସ୍ତ ପୂଜାପର୍ବାଣୀ ବନ୍ଦ ହୋଇ ଯାଇଥିଲା। ଚଳିତ ବର୍ଷ ମହାମାରୀର କୋପ କମି ଯାଇଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ପୂଜା ମଣ୍ଡପ । ବେଶ୍‌ ଉତ୍ସାହ ଉଦ୍ଦୀପନାର ସହ ସମଗ୍ର ରାଜ୍ୟରେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ଆଗକୁ ଆସୁଛି ଦୂର୍ଗା ପୂଜା। ଏଥର ରାଜଧାନୀରେ ବେଶ୍‌ ଜାକଜମକରେ ହେବ କଟକଣାମୁକ୍ତ ଦୂର୍ଗା ପୂଜା । ଏଥିନିମନ୍ତେ ଆରମ୍ଭ ହେଲାଣି ପ୍ରସ୍ତୁତି।

ଏଥର ରାଜଧାନୀରେ ଶୋଭା ପାଇବ ୧୭୮ଟି ମେଢ଼। ପୂର୍ବ ଭଳି ଭସାଣି ପାଇଁ ନିର୍ମାଣ ହେବ ଅସ୍ଥାୟୀ ବିସର୍ଜନ ପୋଖରୀ। ମେଳାରେ ଖାଦ୍ୟର ମାନ ପରଖିବା ପାଇଁ ୭ ଜଣ ଫୁଡ୍ ଇନ୍ସପେକ୍ଟର ରହିବେ । ପୂଜାରେ ମେଲୋଡ଼ି ପାଇଁ ରାତି ୧୨ଟା ଯାଏଁ ଅନୁମତି ଦିଆଯାଇଛି ।

Comments (0)
Add Comment