ଶ୍ରମିକଙ୍କୁ ମାଡ ମାରି ଜେଲ୍‌ ଗଲେ ଅଭିଯୁକ୍ତ

ଘୁ. ଉଦୟଗିରି : ସ୍ଥାନୀୟ ଥାନା ଅଧୀନସ୍ଥ ବେଟିକଲା ଗ୍ରାମରେ ଏକ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ଲିଙ୍ଗାଗଡ ଗ୍ରାମ ନିକଟସ୍ଥ କୁତୁଲୁମ୍ବା ଗ୍ରାମର ବିଷ୍ଣୁ ଦେବ ମଲିକ(୪୮) ଜଣେ ଦିନ ମଜୁରୀଆ । ମଜୁରୀ କାମ କରି ଘର ଚଳାଏ । ଗତକାଲି ମଜୁରୀ କାମ କରିବା ପାଇଁ ନିକଟସ୍ଥ ବେଟିକଲା ଗ୍ରାମ ଚିତ୍ରସେନ ପ୍ରଧାନ (୪୮),ପିତା – ଜୋରୋପା ପ୍ରଧାନଙ୍କ ପାଖକୁ ମଜୁରୀ କାମ କରିବା ନିମନ୍ତେ ବୁଝିବାକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ଅଭିଯୁକ୍ତ ଚିତ୍ରସେନ ପ୍ରଧାନ ତାଙ୍କୁ ଏକ କାଠ ଫାଲିଆରେ ଭୀଷଣ ପ୍ରହାର କଲେ ଯାହା ଫଳରେ ବିଷ୍ଣୁଦେବ ମଲ୍ଲିକଙ୍କ ମୁଣ୍ଡ ଫାଟି ଯାଇଥିଲା । ସେ ସଙ୍ଗେ ସଙ୍ଗେ ଘୁ. ଉଦୟଗିରି ଥାନାରେ ଏକ ଲିଖିତ ଏତଲା ଦେବା ପରେ ଏଏସଆଇ ବିନୟ କୁମାର ମହାରଣା ବେଟିକଲା ଯାଇ ଘଟଣା ବିଷୟରେ ତଦନ୍ତ କରି ଅଭିଯୁକ୍ତକୁ କେସ ନମ୍ବର ୧୦୬/୨୨ ଧାରା ୩୨୬ ଓ ୫୦୬ ଦଫା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ସେକେଣ୍ଡ ଅଫିସର ଅନନ୍ତ କୁମାର ପ୍ରଧାନଙ୍କ ଠାରୁ ସୂଚନା ମିଳିଛି ।

Comments (0)
Add Comment