ଦହଣା ବାଲୁଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ନାମଯଜ୍ଞ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରବିବାର ସନ୍ଧ୍ୟାରେ ବାଙ୍ଗୀରୀନାଳଠାରୁ କଳସ ଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ଜଳ ଅଣାଯାଇ ଯାଇଥିଲା । ଦହଣା ଗ୍ରାମର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ଯୋଗଦେଇଥିଲେ । ସୋମବାର ପ୍ରାତଃ ୫ ଘଣ୍ଟା ସମୟରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା । ଏହି ଅବସରରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ଏକତ୍ରୀତ ହୋଇ ନାମ ସଂକୀର୍ତ୍ତନରେ ଅଂଶ ଗ୍ରହଣ କରିଥିଲେ । ନାମ ଯଜ୍ଞରେ ପୁରୋହିତ ଭାବେ ଅନଙ୍ଗ ରଥ ଓ ଶରତ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ପୂଜା କରିଥିବା ବେଳେ କଳାହାଣ୍ଡି ଜିଲ୍ଲାର ୫ଗୋଟି ଦଳ ଓ ଦହଣା, ମାଳୀଗୁଡା, ସରୁ ଗୁଡା ଓ କୋରାପୁଟର ଗୋଟିଏ ଲେଖାଏଁ ଦଳ ମୋଟ ୯ ଗୋଟି ଦଳ ଏଥି ରେ ଅଂଶ ଗ୍ରହଣ କରିଥିଲେ । ଦହଣା ଶିବ ମନ୍ଦିର ପରିଚାଳନା କମିଟିର ସଦସ୍ୟ ପରେଶ ଚନ୍ଦ୍ର ଦାସ, ଶ୍ରୀଚକ୍ର ଦାସ, ଦେବାଶିଷ ସତପଥୀ, ଉମେଶ ଚନ୍ଦ୍ର ମିଶ୍ର , ରମେଶ ଚନ୍ଦ୍ର ତ୍ରିପାଠୀ, କିରଣ ରଥ, ସିଞ୍ଚିବ ମିଶ୍ର ଓ ମନ୍ଦିର କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଦହଣା ଓ ଏହାର ଆଖପାଖ ଅଞ୍ଚଳର ହଜାରରୁ ଅଧିକ ଭକ୍ତ ଏହି ନାମ ସଂକୀର୍ତ୍ତନରେ ଯୋଗ ଦେଇଥିଲେ ।

Comments (0)
Add Comment