ପାଟଣାଗଡ଼ ଅବକାରୀ ବିଭାଗ ଦ୍ୱାରା ଦେଶୀ ରନ୍ଧାମଦ ଜବତ, ଜଣେ ଅଟକ

ପାଟଣାଗଡ଼ : ପାଟଣାଗଡ଼ ଅବକାରୀ ବିଭାଗ ଗୁଦୁରାମୁଣ୍ଡା ଗାଁରେ ଚଢ଼ାଉ କରି ୬୦ ଲିଟର ଦେଶୀମଦ ଜବତ କରିବା ସହ ଘଟଣା ସ୍ଥଳରୁ ଜଣକ ଅଫିସକୁ ଆଣି ଅଟକ ରଖିଛି । ଏହାସହ ଘଟଣା ସ୍ଥଳରେ ୫୦ କ୍ୱିଣ୍ଟାଲ ଦେଶୀମଦ ପୋଚକୁ ନଷ୍ଟ କରିଥିବା ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡ଼ା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଗୁଦୁରାମୁଣ୍ଡା ଗାଁର କରୁଣାକର ମିର୍ଦ୍ଧା (୬୦)ଦୀର୍ଘ ୩ ବର୍ଷ ଧରି ନିଜ କ୍ଷେତରେ ବେଆଇନ ଦେଶୀମଦ ରାନ୍ଧୁଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରି ଜଣକୁ ଅଟକ ରଖିଛି । ଏହି ଚଢାଉରେ ପାଟଣାଗଡ଼ ଅବକାରୀ ଥାନା ଅଧିକାରୀ ବିଶ୍ୱନାଥ ପରିଡ଼ାଙ୍କ ସମେତ ଷ୍ଟାଫ୍‌ ଅଜିତ ସାହୁ, ବୁଲୁ ସେଠି, ଗୁଣମତୀ ମାଝୀ , ଦିଲିପ ମାହାର, ସୁଶୀଲ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment