ଜୈବିକ ଚାଷ ସମ୍ପର୍କରେ ତାଲିମ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ସହାୟତାରେ ଗୋଶାଣି ବ୍ଳକର କରସ ଷଣ୍ଢା ପଞ୍ଚାୟତର ବାରଲଣ୍ଡା ଗ୍ରାମର ୩୦ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀଙ୍କୁ ଜୈବିକ ଚାଷ ଓ ଖତ କିପରି କରାଯିବ ସେହି ସମ୍ପର୍କରେ ୧୧ ଦିନିଆ ତାଲିମ ଶିବିର ୨୮.୨.୨୦୨୨ ଆରମ୍ଭ କରାଯାଇଛି । ଉକ୍ତ ତାଲିମ ଶିବିରକୁ ଜିଲ୍ଲା ପ୍ରବନ୍ଧକ ନାବାର୍ଡ ପ୍ରତୀକ ପଣ୍ଡା, ଉଦ୍ୟାନ ବିଭାଗ ଅଧିକାରୀ ଏମଏସ ଲୁସି ଶବର ଓ କୃଷି ଅଧିକାରୀ ଶ୍ରୀମତି ସୁଜାତା ନନ୍ଦ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିବା ସହ ମହିଳା ଚାଷୀମାନେ ଉକ୍ତ ତାଲିମ ନେଇ ସ୍ୱାବଲମ୍ବୀ କିପରି ହେବେ ଓ ଜୈବିକ ଖତର ବ୍ୟବହାର ଜାଣି ନିଜ ଜମିରେ ପ୍ରୟୋଗ କରି କିପରି ପୁଷ୍ଟିକର ଖାଦ୍ୟ ଉତ୍ପାଦନ କରିବେ ତାହା ବୁଝାଇ ଥିଲେ । ତାଲିମଦାତା ଭାବେ ଲିଙ୍ଗରାଜ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।

Comments (0)
Add Comment