ଗଣିଆରେ ଓଡ଼ିଶା ବିପର୍ଯ୍ୟୟ ନିରାକରଣ ପ୍ରସ୍ତୁତି ଦିବସ ପାଳିତ

ଗଣିଆ:ରବିବାର ପୂର୍ବାହ୍ନରେ ଗଣିଆ ବ୍ଳକ ସଭାଗୃହରେ ଓଡ଼ିଶା ବିପର୍ଯ୍ୟୟ ନିରାକରଣ ପ୍ରସ୍ତୁତି ଦିବସ ପାଳିତ ହୋଇଯାଇଛି । ଗ୍ରାମପଂଚାୟତ ଅଧିକାର ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଏବିଡିଓ ରତନଲାଲା ଲୋହରା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ବିପିଏମ କାଦମ୍ବିନୀ ନାୟକ, ସାସ୍ଥ୍ୟ ବିଭାଗର ବିଇଇ କମଳା ମହାରଣା ଉପସ୍ଥିତ ଥିଲେ । ୧୯୯୯ ମସିହା ଅକ୍ଟୋବର ୨୯ତାରିଖରେ ଓଡ଼ିଶା ଇତିହାସରେ ଆସିଥିଲା ସବୁଠାରୁ ଭୟଙ୍କର ବିପର୍ଯ୍ୟୟ ଦିନ । ଉକ୍ତଦିନ ମହାବାତ୍ୟରେ ଓଡ଼ିଶା ୨୫ବର୍ଷ ପଛକୁ ଫେରିଯାଇଥିଲା । ମହାବାତ୍ୟା କେବଳ ପ୍ରାଣ ନେଇନଥିଲା ଘରଦ୍ୱାର, ରାସ୍ତାଘାଟ ସବୁକିଛି ଛାରଖାର କରି ଦେଇଥିଲା । ଓଡ଼ିଶାର ଭୂଗୋଳ ବଦଳାଇ ଦେଇଥିଲା ମହାବାତ୍ୟା । ଇତିହାସ କହେ ଭାରତ ମହାସାଗର ଅଂଚଳରେ ଏହା ସବୁଠାରୁ ବଡ଼ ସାମୁଦ୍ରିକ ଝଡ଼ । ମହାବାତ୍ୟା ସିନା ଚାଳିଗଲା କିନ୍ତୁ ଛାଡ଼ିଦେଇଗଲା ଅନେକ ଦୁଃଖର ଦାଗ । ଆଜି ସେ କଥା ମନେପଡ଼ିଲେ ଛାତି ଥରିଉଠେ । ଅକ୍ଟୋବର ୨୯ ଆସିଲେ ଠିକ ଅଜିର ଦିନରେ ଓଡ଼ିଶାର ପ୍ରକୃତିକୁ ଉଜାଡ଼ି ଦେଇଥିଲା । ଇତିମଧ୍ୟରେ ୨୪ବର୍ଷ ବିତି ଯାଇଛି । ସେଥିପାଇଁ ସମୁଦ୍ରକୂଳଠାରୁ ଆରମ୍ଭ କରି ପ୍ରତ୍ୟେକ ନଦୀ ଉପନଦୀ କୂଳରେ ଗଢି ଉଠିଛି ବାତ୍ୟା ଆଶ୍ରୟସ୍ଥଳୀ । ବାତ୍ୟାକୁ ମୁକାବିଲା କରିବାକୁ ଜନସଧାରଣଙ୍କୁ ବିଭିନ୍ନ ପ୍ରକାର ଉପାୟ ଦେବା ସହିତ ବିଭିନ୍ନ ଉପାୟରେ ସଚେତନତା କରାଯାଉଛି ।
ତେବେ ଏହି ମହାବାତ୍ୟା ଆମମାନଙ୍କୁ ଶିଖାଇ ଦେଲା କିଭଳି ବାତ୍ୟାର ମୁକାବିଲା କରାଯିବାର ଉପାୟ । ଏଣୁ ଆଜିର ଏହି ଦିବସକୁ ଓଡ଼ିଶା ବିପର୍ଯ୍ୟୟ ଦିବସ ରୂପେ ପାଳନ କରାଯାଉଛି ଉକ୍ତ ଶିବିରରେ ବ୍ଲକର ସମସ୍ତ କର୍ମଚାରୀ, ମହିଳା ସୟଂ ସହାୟକ ଗୋଷ୍ଠୀର ସଭ୍ୟା, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, କିଛି ଛାତ୍ରଛାତ୍ରୀ ସମେତ ୫୦ରୁ ଉର୍ଦ୍ଧ୍ୱ ସଦସ୍ୟ ଯୋଗଦାନ କରିଥିଲେ ।

Comments (0)
Add Comment