ସୁବର୍ଣ୍ଣପୁର : ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମରକେଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଭଜବଳପୁର ଗ୍ରାମର ଏକ ନବବିବାହିତ ଅନୁରୀ ମହାନନ୍ଦ ତିନିବର୍ଷ ତଳେ କୁମରକେଳୀ ଗ୍ରାମରେ ବିବାହ କରିଥିଲେ । ଶ୍ୱଶୁର ଘର କହିବା ମୁତାବକ ଆଜି ସିଏ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି କିନ୍ତୁ ଝିଅର ଭାଇ ଶୀତଳ ମହାନନ୍ଦଙ୍କ ସ୍ଥାନୀୟ ଥାନାରେ ଲିଖିତ ରିପୋର୍ଟ ଅନୁସାରେ ତାଙ୍କର ଭଉଣୀକୁ ତାର ଶାଶୁଘର ଲୋକେ ହତ୍ୟା କରି ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି । ଆଜି ଭଜବଳପୁର ଠାରେ ଉତ୍ତ୍ୟକ୍ତ ଲୋକମାନେ ସୋନପୁର ବୀରମହାରାଜପୁର ରାସ୍ତାରେ ଶବରଖି ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳକୁ ବୀରମହାରାଜପୁର ପୋଲିସ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରହିଛି ।