ବୌଦ୍ଧ,୧୫/୧୨- ବୌଦ୍ଧ ସହର ସହିଦ ଛକ ନିବାସୀ ବିଶିଷ୍ଟ ଚିତ୍ର ଶିଳ୍ପୀ ଉଦୟ ସିଂ ଙ୍କ 62 ବର୍ଷ ବୟସରେ ଆଜି ପରଲୋକ ହୋଇ ଯାଇଛି | ତାଙ୍କ ତୁଳୀର ସ୍ପର୍ଶରେ ଜୀବନ୍ତ ହୋଇ ଉଠୁ ଥିଲେ ନିର୍ଜୀବ ଚିତ୍ର ମାନେ l ସେ ଥିଲେ ଜାଦୁଗର ଶିଳ୍ପୀ l ପୁର୍ବରୁ ବୌଦ୍ଧ ଟାଉନ୍ ହଲ୍ କାନ୍ଥରେ ଟଙ୍ଗା ଯାଇଥିବା ବିଭିନ୍ନ ମହାପୁରୁଷ ମାନଙ୍କ ଚିତ୍ର ଗୁଡିକ ତାଙ୍କର ତୁଳୀର ସ୍ପର୍ଶର ପ୍ରତିଫଳନ ଥିଲା l ତାଙ୍କୁ ଜଣେ କଳାକାର ଭାବେ ଭଗବାନ୍ ସୃଷ୍ଟି କରିଥିଲେ | କୌଣସି ଚାରୁ କଳା ବିଦ୍ୟାଳୟ କି ମହା ବିଦ୍ୟାଳୟର ଛାତ୍ର ନ ହୋଇ ମଧ୍ୟ ଇଶ୍ବରଦତ୍ତ ପ୍ରତିଭା ଫଳରେ ସୁନ୍ଦର ସୁନ୍ଦର ମନୋମୁଗ୍ଧକର ଚିତ୍ର ଆଙ୍କି ପାରୁଥିଲେ l ବୌଦ୍ଧ ଜିଲ୍ଲା ଉନ୍ନୟନ ପରିଷଦ, ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଭଳି ଅନେକ ଅନୁଷ୍ଠାନରୁ ଜଣେ ପ୍ରତିଭାବାନ କଳାକାର ଭାବେ ସମ୍ବର୍ଦ୍ଧିତ ହୋଇ ଥିଲେ l ସେ ଜଣେ ସ୍ୱାଭିମାନୀ ବ୍ୟକ୍ତିତ୍ବ ଓ ଚିତ୍ରକଳାର ଜୀବନ ବ୍ୟାପୀ ନିରବ ସାଧକ ଥିଲେ l ତାଂକର ମୃତ୍ୟରେ ତାଙ୍କୁ ଜାଣି ଥିବା ସମସ୍ତ ପରିଚିତ ବ୍ୟକ୍ତି ବିଶେଷଙ୍କ ସମେତ ବନ୍ଧୁ ବାନ୍ଧବ ଓ ଆତ୍ମୀୟ ସ୍ବଜନ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଛି | ତାଙ୍କ ପରି ଜଣେ ସ୍ଵୟମ ସମ୍ପୁର୍ଣ୍ଣ ଚିତ୍ର ଶିଳ୍ପୀଙ୍କ ବିୟୋଗରେ ବୌଦ୍ଧର କଳା ଜଗତରେ ଅପୂରଣୀୟ ଶୁନ୍ୟ ସ୍ଥାନ ସୃଷ୍ଟି ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ |