କର୍କଟ ପୀଡ଼ିତ ଶିଶୁର ଜୀବନ ବଞ୍ଚାଇବାକୁ “ଆଶା ଓ ଦିଶା’ର ଆକୁଳ ନିବେଦନ

ଯାଜପୁର/ଧର୍ମଶାଳା : ଯେଉଁ ବୟସରେ ବହି, ଶିଲଟ ଓ କଲମ ଧରି ସାଙ୍ଗ ସାଥୀ ମେଳରେ ସ୍କୁଲକୁ ଯିବା କଥା ସେ ବୟସରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି ନିଷ୍ପାପ ଶିଶୁଟି । ଯେଉଁ ବୟସରେ ସାଙ୍ଗ ସାଥୀ ମେଳରେ ଖେଳ କୁଦ କରିବା କଥା ସେ ବୟସରେ ଜୀବନଟି ତାର ବୋଝ ହୋଇଯାଇଛି । ଯେଉଁ ବୟସରେ ଦେଶ ନିର୍ମାଣର କଳା ଶିଖିବା କଥା ସେ ବୟସରେ ସେ ପରିବାରର ବୋଝ ହୋଇପଡ଼ିଛି । ନିଜ ଜୀବନ ଟିକକ ରଖିବାକୁ ଶିଶୁଟି କରୁଛି ଅହରହ ସଂଘର୍ଷ ।ଜୀବନ ଯୁଦ୍ଧରେ ରାହା ଟିକେ ପାଇବାକୁ ପରିବାରଠୁ ଆରମ୍ଭ କରି ଆଶାର ଦିଶା ସଂଘଠନ ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି ଆକୁଳ ନିବେଦନ ।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ସୁଙ୍ଗୁଡ଼ା ଗ୍ରାମର କ୍ରୀଷ୍ଣା ଔରଫ ଶିବାଶିଷ ପ୍ରହରାଜର କଥା । ପ୍ରସନ୍ନ ପ୍ରହରାଜ ଓ ସ୍ୱର୍ଣ୍ଣଲତା ପ୍ରହରାଜଙ୍କ ପୁଅ କ୍ରୀଷ୍ଣା । ୮ମ ଶ୍ରେଣୀରେ ପଢୁଥିଲେ ।ହଠାତ୍‌ ଜ୍ୱର ହେବାରୁ ପରିବାର ଲୋକେ ନେଇଥିଲେ କଟକ ଏସସିବିକୁ ।ସେଠାରୁ ବହୁ ପରୀକ୍ଷା ନିରୀକ୍ଷା ପରେ ଜଣା ପଡ଼ିଲା କ୍ରୀଷ୍ଣା କର୍କଟ ରୋଗରେ ପୀଡ଼ିତ ।ଅତ୍ୟାଧୁନିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଏମ୍ସ ପରେ ଦିଲ୍ଲୀ ଏମ୍ସ କୁ ସ୍ଥାନାନ୍ତରିତ କରା ଯାଇଥିଲା ୧୪ବର୍ଷୀୟ ବାଳକ କ୍ରୀଷ୍ଣାକୁ । କ୍ରୀଷ୍ଣାର ଜୀବନ ଏବେ ସଙ୍କଟରେ ।ଚିକିତ୍ସା ପାଇଁ ଆବଶ୍ୟକ ଲକ୍ଷ ଲକ୍ଷ ଟଙ୍କା ଅର୍ଥାତ୍‌ କ୍ରୀଷ୍ଣା ଜୀବନ ପାଇଁ ଅର୍ଥ ସାଜିଛି ବାଧକ ।


ଏ ଖବର ପାଇ ଆଶାର ଦିଶା ସଂଘଠନ ତରଫରୁ ଅଣ୍ଟା ଭିଡିଛନ୍ତି ସଂଘଠନର କର୍ମକର୍ତ୍ତା ମାନେ । ଆଜି ନେଉଳ ପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପିଲାଟିର ଜୀବନ ବଞ୍ଚାଇବାକୁ ସମସ୍ତେ ନିଜ ଶକ୍ତି ମୁତାବକ ସାହାଯ୍ୟ କରିବାକୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ଆଶାର ଦିଶାର କର୍ମକର୍ତ୍ତା ଏଥିପାଇଁ ଗୁଗଲ ପେ/ଫୋନ ପେ ନମ୍ବର ୯୯୩୭୦୭୦୮୩୧ ରେ ସହାୟତା ରାଶି ପଠାଇବାକୁ ନିବେଦନ କରିଛି ଆଶାର ଦିଶା ସାମାଜିକ ସଂଗଠନ ।

Comments (0)
Add Comment