ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ସେନୟାର’। ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା। ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି। ଆଜି ପୂର୍ବାହ୍ନରେ ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ । ୨୭ ତାରିଖ ସୁଦ୍ଧା ଅବପାତ ରୂପ ନେବ ବୋଲି ଆଇଏମଡି କହିଛି । ଆସନ୍ତା ୨ ଦିନ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । ରାତି ତାପମାତ୍ରା କମିବା ଯୋଗୁ କିଛି ସ୍ଥାନରେ ଅଧିକ ଶୀତ ଅନୁଭୂତ ହୋଇପାରେ ।