ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ

ନୂଆପଡ଼ା: ଭିଜିଲାନ୍ସ ଶୁକ୍ରବାର ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ ଅଧୀନରେ ଖରିଆରରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱର, ପିପିଲି (ପୁରୀ) ଓ ନୂଆପଡ଼ାରେ ଥିବା ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଏହି ଚଢ଼ାଉ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ୭ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚାଲିଛି।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ସୂଚନା ଅନୁଯାୟୀ ଏହି ଚଢ଼ାଉ ସୁଶାନ୍ତ କୁମାର ସେଠୀଙ୍କ ଜଣାଶୁଣା ଆୟ ଅପେକ୍ଷା ଅଧିକ ସମ୍ପତ୍ତି ଅର୍ଜନ ଅଭିଯୋଗ ଉପରେ ହୋଇଛି। ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ତିନି ମହଲା ବିଶିଷ୍ଟ ବିଲଡିଂ, ନିର୍ମାଣାଧୀନ ଘର, ଫାର୍ମହାଉସ ଏବଂ ଆତ୍ମୀୟ ଓ ସହଯୋଗୀଙ୍କ ନାମରେ ଥିବା ସମ୍ପତ୍ତି ଅନ୍ତର୍ଭୁକ୍ତ। ତେବେ ଚଢ଼ାଉ ଏବେ ଚାଲୁ ରହିଛି ଏବଂ ଆଗକୁ ଅଧିକ ତଥ୍ୟ ମିଳିପାରେ।

Comments (0)
Add Comment