ସିଆରପିଏଫ୍‌ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଅବସ୍ଥାପିତ ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ କମାଣ୍ଡାଣ୍ଟ୍‌ ମଉଲି ମୋହନ କୁମାରଙ୍କ ନେତୃତ୍ୱରେ ଜବାନମାନେ ସ୍ଥାନୀୟ ବସ୍‌ଷ୍ଟାଣ୍ଡ୍‌ ନିକଟସ୍ଥ ପୋଖରୀ ନିକଟରେ ପହଁଚି ସ୍ୱେଚ୍ଛାକୃତ ଭାବେ ପୋଖରୀ ପରିସର ସଫେଇ କାର୍ଯ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡାଣ୍ଟ୍‌ ଅଜିତ୍‌ ସି ବାବୁ ଓ ଇନିସପେକ୍ଟର ମାନସ ସୁନ୍ଦରରାୟଙ୍କ ସମେତ ବହୁ ସଂଖ୍ୟାରେ ଜବାନ୍‌ ସାମିଲ୍‌ ହୋଇଥିଲେ । ଆଗାମୀ ଦିନରେ ଏଭଳି ଜନ ହିତକର କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଦ୍ୱିତୀୟ କମାଣ୍ଡାଣ୍ଟ୍‌ ।

Comments (0)
Add Comment