ମହାନଦୀ ବିହାରରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟିତ

କଟକ : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଟକ ସହରକୁ ବିକାଶ କରିବା ପାଇଁ ଯେଉଁଭଳି ପଦକ୍ଷପ ନେଉଛନ୍ତି ସେଥିମଧ୍ୟରୁ କଟକ ମହାନଗର ନିଗମର ୱାର୍ଡ ନଂ -୪୭, ମହାନଦୀ ବିହାରସ୍ଥିତ ୫ଟି ଅର୍ନ୍ତଭୁକ୍ତ ଗୃହ ଓ ନଗର ଉନ୍ନୟନ ବିଭାଗ ମଂଜୁର ପ୍ରା ପ୍ତ କଟକ ମହାନଗର ନିଗମ ଓ ସି.ଡି.ଏ ଦ୍ୱାରା ଅନୁମୋଦିତ ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଓ ଉଦ୍‌ଘାଟିତ ହୋଇଯାଇଅଛି । ସି.ଡି.ଏ ଦ୍ୱାରା ଅନୁମୋଦିତ ୩ କୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ପୋଲିସ ହାଉସିଂ ବୋର୍ଡ ତତ୍ତ୍ୱାବଧନରେ ନିର୍ମାଣ ହେବାକୁଥିବା ମହାନଦୀ ବିହାର ଜଗନ୍ନାଥ ମନ୍ଦିର ନିକଟ ପାର୍କ ଓ ୨ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ମହାନଦୀ ବିହାର ମହିଳା ମହାବିଦ୍ୟାଳୟ ପଡିଆ ଠାରେ ମିନି ଷ୍ଟାଡିୟମ ନିର୍ମାଣ କାଯ୍ୟର ଶୁଭ ଶିଳାନ୍ୟାସ ସହ କଟକ ମହାନଗର ନିଗମ ଦ୍ୱାରା ଅନୁମୋଦିତ
ଏଚ୍‌.ଡି.ଏଫ୍‌.ସି ବ୍ୟାଙ୍କ ଠାରୁ ରିଲିଆନ୍ସ ଫ୍ରେଶ୍‌ ପର୍ଯ୍ୟନ୍ତ ୯୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଡ୍ରେନର ଶୁଭ ଶିଳାନ୍ୟାସ ସହ ୨ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ବି.ଏସ୍‌.ଏନ୍‌.ଏଲ୍‌ ଗଡା ଠାରୁ ଶ୍ରୀ ହରୀ ନର୍ସିଂ ହୋମ୍‌ ପର୍ଯ୍ୟନ୍ତ ଭାୟା ସି.ଡି.ଏ ମାର୍କେଟ ସ୍ମର୍ଟ ରୋଡ୍‌ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଉଦ୍‌ଘାଟିତ ହୋଇଯାଇଅଛି । କଟକ ମହାନଗର ନିଗମର ୱାର୍ଡ ନଂ -୪୭ କର୍ପୋରେଟର ଇଂ ସୁବ୍ରତ ଘଡାଇଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚୈାଦ୍ୱାର-କଟକର ବିଧାୟକ ସୈାଭିକ୍‌ ବିଶ୍ୱାଳ ଉଦ୍‌ଘାଟକ ଭାବେ କଟକ ମହାନଗର ନିଗମର ମେୟର ସୁବାଷ ଚନ୍ଦ୍ର ସିଂହ, ଡେପୁଟୀ ମେୟର ଦମୟନ୍ତୀ ମାଝୀ, ପୋଲିସି ହାଉସିଂ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ଆନନ୍ଦ କୁମାର ପଣ୍ଡା,ଏମ. ଡି. ଏ. ସଭାପତି ରବିନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପ ସଭାପତି ବିଚିତ୍ରାନନ୍ଦ ପଣ୍ଡା, ସମ୍ପାଦକ ହିମାଂଶୁ ଷଢଙ୍ଗୀ, ଯୁଗ୍ମ ସମ୍ପାଦକ ସରୋଜ ପ୍ରସାଦ ସ୍ୱାଇଁ, ବରିଷ୍ଠ ସଦସ୍ୟ ସଂଜୟ ଜେନା, ବିଧାୟକଙ୍କ ପ୍ରତିନିଧି- ରମାକାନ୍ତ ଲେଙ୍କା , ବିରିଷ୍ଠ ମୁରବୀ- ଇଂ. ରମେଶ ଚନ୍ଦ୍ର ରାଉତ, ଇଂ, ଗୋପାଳ କୃଷ୍ଣ ବେହେରା, ରବିନ୍ଦ୍ର ନାଥ ମହାନ୍ତି,ମନୋଜ ଦାସ, ବାବୁଲି ଦାସ, ଜ୍ଞାନରଂଜନ ଦାସ, ରାକେଶ ତ୍ରିପାଠୀ, ଚତ୍ରୁଭୁଜ ମହାପାତ୍ର, ଇଂ ଅଶିଷ ସ୍ୱାଇଁ, ଇନ୍ଦୁ ଦାସ, ସେନ୍ନ ନନ୍ଦ, ଯଦୁ ମହାପାତ୍ର,ବୈକୁଣ୍ଠ ଆଚାର୍ଯ୍ୟ,ପ୍ରିୟ ମ୍ବଦା ନାୟକ,ସଂଜୟ ସାହାଣୀ, ମମତା ଘଡାଇ, ସବିତା ଦାସ, ଲିନା ସାମଲ, ବରଦା ପ୍ରସାଦ ନାୟକ, ପାପୁନ ମଲ୍ଲିକ, ପ୍ରହଲ୍ଲାଦ ମହାନ୍ତି, ଶରତ ଚନ୍ଦ୍ର କୁଣ୍ଡୁ, ଅଭୟ ପରିଜା, ପ୍ରହଲ୍ଲାଦ ଚନ୍ଦ୍ର ବିଶ୍ୱାଳ,ଶରତ ଚନ୍ଦ୍ର ଦାସ, ନିକୁଞ୍ଜ ରଥ, ଶରତ ଚନ୍ଦ୍ର ପାଣୀ, ହରପ୍ରିୟା ଧଳ,ଭରତୀ ପାଣୀ,ବସନ୍ତ ମହାପାତ୍ର, ଶଶିକାନ୍ତ ନାୟକ, ଭାନୁପ୍ରତାପ ରାଉତ, ନମିତା ଦାସ,ସୁଶାନ୍ତ ଘୋଷ, ଅଜୟ କୁମାର ଦାସ, କିତ୍ରିଧନ ତ୍ରିପାଠୀ,ପ୍ରମୋଦ ମିଶ,ଶିବ ପ୍ରସାଦ ନାୟକ, ତାପସ ସାମନ୍ତ, ସୁରଜି୍‌ତ ପ୍ରଧାନ, ସତ୍ୟବାଦି ପ୍ରଧାନ, ପିଂଟୁ ସିହ୍ନା, ରାହୁଲ କିମାରଙ୍କ ସହ ମାହାନଦୀ ବିହାର ପେନସେନିୟର ଆସୋସିଏସନର ସମସ୍ତ ସଦସ୍ୟ, ମହିଳା ସମିତି,ବରିଷ୍ଠ ନାଗରିକ ମଂଚ,ଜଗନ୍ନାଥ ସାଂସ୍କୃତିକ ପରିଷଦ ଏବଂ ୪ ଗୋଟି ସେକ୍ଟରର ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ଜନସାଧାରଣ ଉପସ୍ଥିତ ଥିଲେ ।

Comments (0)
Add Comment