ପାଟଣାଗଡ: ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କର ଘସିଏନ ପଞ୍ଚାୟତ ସମିତି କଲେଜ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ମୋ ଭଳିଆ ସଂଘର୍ଷ କରି ,ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କ ଭଳିଆ ସଂଘର୍ଷ ଜୀବନ ଅତିବାହିତ କରି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ବିନା ସଂଘର୍ଷରେ ସଫଳତା ଅସମ୍ଭବ । ସଂଘର୍ଷ କରି ସବୁ କ୍ଷେତ୍ରରେ ଭାଗ ନେଇ ନିଜକୁ ପାରଦର୍ଶିତା ହାସଲ କରିବାକୁ କହିଥିଲେ । ଅସଫଳରୁ ହିଁ ସଫଳତାର ପାହାଚକୁ ଅତିକ୍ରମ କରିହୁଏ ବୋଲି ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରାମର୍ଶ ଦେଇଥିଲେ । ବିଗତ ଦିନରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।
ପରେ କଲେଜର ସବୁ ଶ୍ରେଣୀ ଗୃହ ପରିଦର୍ଶନ କରିବା ସହ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । କଲେଜର ଆହୁରି ବିକାଶ ପାଇଁ କଲେଜର ଅଧ୍ୟକ୍ଷ ମହାଦେବ ମେହେର, ଛାତ୍ରଛାତ୍ରୀମାନେ ସାଂସଦଙ୍କୁ ଅବଗତ କରିଥିଲେ, ପ୍ରତ୍ୟୁତ୍ତରରେ ସାଂସଦ ମହୋଦୟ ସବୁ ପ୍ରକାର ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କଲେଜକୁ ଏକ ଆଦର୍ଶ ମହାବିଦ୍ୟାଳୟ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସେହିପରି ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ହସ୍ପିଟାଲରେ କୌଣସି ଡାକ୍ତର ନଥିଲେ,ଡାକ୍ତରଙ୍କ ଚୌକି ଖାଲି, ଡାକ୍ତର ଥିବା ଦୂରର କଥା ନର୍ସ ମଧ୍ୟ କେହି ନଥିଲେ । ରୋଗୀ ମାନଙ୍କୁ ସିକ୍ୟୁରୀଟି ମାନେ ଦେଖା ଶୁଣା କରୁଥିଲେ । ରୋଗୀ ମାନେ ଭଗବାନଙ୍କୁ ଭରସା କରି ରହିଛନ୍ତି । ଡ଼ାକ୍ତରଖାନା ଅଧ୍ୟକ୍ଷ ଓ ଡାକ୍ତରଖାନାର ଅବହେଳା ଦେଖି ସାଂସଦ କ୍ଷୋଭ ପ୍ରକାଶ କରିଥିଲେ ।