ପୁରୀ : ବରିଷ୍ଠ ଦଇତାପତି କୃଷ୍ଣଚନ୍ଦ୍ର ଦାସ ମହାପାତ୍ରଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ବିଷ୍ଣୁପ୍ରିୟା ଦାସ ମହାପାତ୍ରଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସାଧୀନ ଥିଲେ । ସୋମବାର ଅପରାହ୍ନ ୨ଟା ସମୟରେ ମାଟିମଣ୍ଡପ ସାହି ବାସଭବନରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଜ୍ୟେଷ୍ଠପୁତ୍ର ଦାମୋଦର ଦାସ ମହାପାତ୍ର, ମଧୁସୂଦନ ଦାସ ମହାପାତ୍ର, ନରସିଂହ ଦାସ ମହାପାତ୍ର ଏବଂ ଗୋପାଳ ଦାସ ମହାପାତ୍ରଙ୍କ ସମେତ ପରିବାର ସଦସ୍ୟ ଓ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିଲେ । ବିଷ୍ଣୁପ୍ରିୟାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ବାସଭବନକୁ ଯାଇ ଅନ୍ତିମ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏକ ଶୋକାକୁଳ ଶୋଭାଯାତ୍ରାରେ ତାଙ୍କର ମରଶରୀରକୁ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଦାମୋଦର ଦାସ ମହାପାତ୍ର ମୁଖାଗ୍ନି ଦେଇଥିଲେ ।