ରଥଯାତ୍ରା ଅବସରରେ ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲ ତରଫରୁ ପଣା ପାଣି ବଣ୍ଟନ

ବୌଦ୍ଧ:- ପବିତ୍ର ରଥଯାତ୍ରା ଅବସରରେ ବୌଦ୍ଧ ସହରର ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ବଡଦାଣ୍ଡର ବିଭିନ୍ନ ସ୍ଥାନରେ ପଣା ପାଣି ବଣ୍ଟନ କରାଯାଇଥାଏ । । ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଜଳ ସେବା ଶିବିର କାର୍ଯ୍ୟକ୍ରମରେ ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲର ସ୍କାଉଟ୍‌ ଗାଇଡ୍‌ର ଛାତ୍ରଛାତ୍ରୀ ମାନେ ଉତ୍ସାହର ସହିତ ସମସ୍ତ ଜନସାଧାରଣଙ୍କୁ ପାନୀୟ ଜଳ ଓ ଦହିପାଣି ବଣ୍ଟନ କରିଥିଲେ ।

ଏହି କାର୍ଯ୍ୟକ୍ରମର ପରିଚାଳନା ଓ ଉଦଘାଟନରେ ସ୍କାଉଟର ଜିଲ୍ଲା ସମ୍ପାଦକ ଆନନ୍ଦ କୁମାର ବେହେରା, ଡିଟିସି ଶଶାଙ୍କ ଶେଖର ଶାସିନୀ, ଡିଓସି ସୁଧିର କୁମାର୍‌ ଭୋଇ, ଗାଇଡର ଡିଓସି ଶ୍ରୀମତି ମମତା ଦାସ , ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲର ଗାଇଡ କ୍ୟାପଟେନ ଶ୍ରୀମତି ଚନ୍ଦ୍ରମା ଯୋଶୀ ଉପସ୍ଥିତ ଥିଲେ । ସେହିପରି ଆଜି ବୌଦ୍ଧସ୍ଥିତ ବୁଟୁପାଲିଠାରେ ଦ୍ୱିତୀୟ ଦିନ ଅନୁଷ୍ଠିତ ରଥଯାତ୍ରାରେ ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲ ତରଫରୁ ଜନସାଧାରଣଙ୍କର ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲାଯାଇ ସମସ୍ତଙ୍କୁ ଦହିପଣା ବଣ୍ଟନ କରାଯାଇଥିଲା । ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତିଙ୍କ ନେତୃତ୍ୱରେ ସ୍କୁଲର ସ୍କାଉଟ ଗାଇଡର ଛାତ୍ର ଛାତ୍ରୀ ମାନେ ଅତ୍ୟନ୍ତ ଉତ୍ସାହର ସହିତ ଶ୍ରଦ୍ଧାଳୁ ମାନଙ୍କୁ ଦହି ପାଣି ବଣ୍ଟନ କରିଥିଲେ । ବିଦ୍ୟାଳୟର ଗାଇଡ କ୍ୟାପଟେନ ଶ୍ରୀମତି ଚନ୍ଦ୍ରମା ଯୋଶୀ , ଶିକ୍ଷୟିତ୍ରୀ କଲ୍ୟାଣୀ ପ୍ରଧାନ, ଶିକ୍ଷକ ସିଦ୍ଧାର୍ଥ ଶେଖର ପ୍ରଧାନ ଏହି ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments (0)
Add Comment