ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବେଶ୍‌ ସହାୟକ: ଜିଲ୍ଲାପାଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡା ଠାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଦ୍ୱାରା ପ୍ରତିଷ୍ଠା ହୋଇଥିବା କୁକୁଡା ଫାର୍ମର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଯୋଗଦେଇ ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବେଶ୍‌ ସହାୟକ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାଧେଶ୍ୟାମ ଲାଇକ, ଏଡିଭିଓ ପ୍ରାଣୀ ପାଳନ ଡାକ୍ତର ଦିଲ୍ଲୀପ କୁମାର କବିରାଜ, ଏଡିଭିଓ ରୋଗ ନିଦାନ ଡାକ୍ତର ସୁନୀଲ କୁମାର ପ୍ରଧାନ, ଜିଲ୍ଲା କୃଷି ଅଧିକାରୀ ଭେଙ୍କଟ ରେଡି , ବିଧୁଭୁଷଣ ମହାକୁଳ, ଉମରକୋଟ ବିଭିଓ ଡାକ୍ତର ପ୍ରକାଶ ମହାନ୍ତି, ଝରିଗାଁ ବିଭିଓ ସାରଦା ପ୍ରସାଦ ନାୟକ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବାଘ, ସମିତି ସଭ୍ୟ ପ୍ରସନ୍ନ ମାଝୀ ପ୍ରମୁଖ ଯୋଗଦେଇଥିଲେ । ସାଧାରଣ ଭାବେ ଏକ ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କିଭଳି ସହାୟକ ହୋଇପାରିଛି ସେ ନେଇ ୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ୨୨ ହଜାର ବ୍ରଏଲର କୁକୁଡ଼ା ପାଳନ ୟୁନିଟ୍‌ ପ୍ରତିଷ୍ଠା କରିଥିବା ଏହି ୱାନେସ୍‌ ଏଗ୍ରୀ ଫିଡ୍‌ର ଯୁବ ଉଦ୍ୟୋଗୀ ମାନସ କୁମାର ପଟ୍ଟନାୟକ ନିଜର ଅନୁଭୂତି ପ୍ରକାଶ କରିଥିଲେ । ଆପିକଲ କୃଷକ ତଥା ଉଦ୍ୟୋଗୀ ମାନଙ୍କୁ କୃଷି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବୈଷୟିକ ଜ୍ଞାନ କୌଶଳ, ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ଅନୁକୂଳ ପରିବେଶ ସହ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବାଣିଜ୍ୟିକ କୃଷି ଓ କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ପାଇଁ ୫୦ ଲକ୍ଷ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ଏହି ବ୍ୟବସ୍ଥାକୁ ଉପଯୋଗ କରି ଅନେକ ଶିକ୍ଷିତ ଯୁବକ ଓ ମହିଳା ଚାଷୀ ବିଭିନ୍ନ ଉଦ୍ୟୋଗ ସ୍ଥାପନ କରି ଲାଭବାନ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ଏଠାରେ ପ୍ରତିଷ୍ଠା ହୋଇଥିବା ଏହି ବ୍ରଏଲର କୁକୁଡ଼ା ପାଳନ ୟୁନିଟ୍‌ ଉଦ୍ୟୋଗ ଆନେକ ଯୁବ ପିଢି ପାଇଁ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଓ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିପରି ଅଧିକରୁ ଅଧିକ ଯୁବକ ଯୁବତୀ ମାନଙ୍କୁ ସାମିଲ କରି ଏକ କୃଷି ଭିତ୍ତିକ ଉଦ୍ୟେଆଗ ସ୍ଥାପନ କରି ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିବ ସେ ଦିଗରେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।

Comments (0)
Add Comment