ବାୟୋଫ୍ଲକ ପଦ୍ଧତି ମାଛ ଚାଷର ଉଦଘାଟନ କଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ରାମ ସାଗର ନିକଟରେ ବାୟୋଫ୍ଲକ ପଦ୍ଧତିରେ କରାଯାଇଥିବା ମାଛ ଚାଷର ପରିଦର୍ଶନ କରି ରିବନ କାଟି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ, ଭାରପ୍ରାପ୍ତ ମତ୍ସ୍ୟ ଅଧିକାରିଣୀ ଲିସା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବାୟୋଫ୍ଲକ ମାଛ ଚାଷ ଦ୍ୱାରା କମ ଜାଗାରେ ମାଛ ଚାଷ କରିପାରିବେ ଓ ଲାଭବାନ ହୋଇପାରିବେ । ଓଡ଼ିଶା ସରକାରଙ୍କର ଏହିଭଳି ଯୋଜନାକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ଜିଲ୍ଲାପାଳ ଏହାକୁ ପରିଦର୍ଶନ କରି ଖୁସିବ୍ୟକ୍ତ କରିଛନ୍ତି ।

Comments (0)
Add Comment