ନୀରୁ ଜିତିଲେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ- ଶଟଗନ୍‌ ବର୍ଗରେ ଭାରତକୁ ଏସିଆନ୍ସ ଗେମ୍ସରେ ମିଳିଛି ନିଜର ପ୍ରଥମ ସ୍ୱର୍ଣ୍ଣ। ୨୬ ବର୍ଷୀୟ ଆର୍ମି ଶୁଟର ନୀରୁ ଧଣ୍ଡା ମହିଳା ବର୍ଗର ଟ୍ରାପ ଇଭେଣ୍ଟରେ ଭାରତ ପାଇଁ ଜିତିଛନ୍ତି ଐତିହାସିକ ସ୍ୱର୍ଣ୍ଣ ପଦକ। ସେ କେବଳ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି, ବରଂ ନୂଆ ଏସିଆନ ରେକର୍ଡ ମଧ୍ୟ ସୃଷ୍ଟି କରିପାରିଛନ୍ତି।
ସ୍ୱର୍ଣ୍ଣ ପାଇଁ ଭାରତ ଅପେକ୍ଷା କରିଥିଲା। ଏବେ ବେଶ ନାଟକୀୟ ଶୈଳୀରେ ଭାରତକୁ ଏହି ସଫଳତା ମିଳିଛି। ନୀରୁ ଜାପାନର ଆଇଚି ପ୍ରେଫରେ ବର୍ଷା ହେଉଥିଲେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି। କିଛି ମାସ ତଳେ ନୀରୁ ମହିଳା ଟ୍ରାପ ଇଭେଣ୍ଟରେ ବିଶ୍ୱକପ ସ୍ୱର୍ଣ୍ଣ ହାତେଇଥିଲେ। ଏବେ ଏସିଆନ ଗେମ୍ସରେ ମଧ୍ୟ ସେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।
ଏସିଆନ ଗେମ୍ସର ମହିଳା ଟ୍ରାପ୍‌ ଇଭେଣ୍ଟରେ ଏହାର ଭାରତର ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ। ଏହାପୂର୍ବରୁ ସେ ଭାରତୀୟ ମହିଳା ଦଳର ନେତୃତ୍ୱ ନେଇ ସମାନ ବର୍ଗରେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ।

Comments (0)
Add Comment