ପୁରୁଣାକଟକରେ ପହଞ୍ଚିଲା ଟ୍ରାଏଲ ରେଳ ଇଂଜିନ

ହରଭଙ୍ଗା : ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ ତ୍ୱରାନ୍ୱିତ ଥିବା ବେଳେ ସୋମବାର ଦିନ ପୁରୁଣାକଟକ ଷ୍ଟେସନକୁ ପହଂଚିଥିଲା ରେଳ ଟ୍ରାଏଲ ଇଂଜିନ । ଏନେଇ ପୁରୁଣା କଟକ ଅଞ୍ଚଳର ଜନସାଧାରଣଙ୍କ ମନରେ ବହୁତ ଖୁସି ଦେଖିବାକୁ ମିଳିଥିଲା । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ରାଜୁ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ସିପୁନ ମିଶ୍ର, ବଣିକ ସଙ୍ଘ, ଭୈରବୀ କ୍ଳବର ସଦସ୍ୟଙ୍କ ସମେତ ଅଞ୍ଚଳବାସୀ ସ୍ୱାଗତ ଜଣାଇବା ସହ ନଡ଼ିଆ ବାଡେଇ ଓ ଇଂଜିନରେ ଛିଟ କନା ବାନ୍ଧି ପୂଜା ଅର୍ଚ୍ଚନା କରିଥିଲେ । ଅନ୍ୟପଟେ ଟ୍ରେନ ଇଂଜିନ ପହଂଚିଥିବା ବେଳେ ଖୁବଶୀଘ୍ର ଷ୍ଟେସନ କାମ ଓ ଅବଶିଷ୍ଟ ଥିବା ରେଲୱେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ଅନ୍ୟପଟେ ଉକ୍ତ ରେଳ ପଥରେ ଚାରିଛକ ଠାରୁ ମାଧପୁର ପର୍ଯ୍ୟନ୍ତ ବଡ଼ ବଡ଼ ଟର୍ନେଲ କାର୍ଯ୍ୟ ଯୁଦ୍ଧ କାଲିନ ଭିତରେ ନିର୍ମାଣ ଚାଲିଛି ଓ କେତେ ଗୋଟି ଟର୍ନେଲର ଦୁଇପଟକୁ ରାସ୍ତା ଫିଟି ସାରିଛି । ସେପଟେ ଖୋର୍ଦ୍ଧା ପଟୁ ନୟାଗଡ଼ ଜିଲ୍ଲାକୁ ରେଳ ଚଳାଚଳ ହେଉଥିବା ବେଳେ ଆଜି ବଲାଙ୍ଗୀର ପଟୁ ବୌଦ୍ଧ ରେଳ ଷ୍ଟେସନରୁ ପୁରୁଣାକଟକ ରେଳ ଷ୍ଟେସନକୁ ଟ୍ରାଏଲ ଇଂଜିନ ରେଳ ଆଜି ଗଡିଛି ।

Comments (0)
Add Comment