ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ପୁରୀ : ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଚି । ଏହି ପକ୍ଷୀ ଗଣନା ପାଇଁ ମୋଟ ୨୧ରୁ ଟିମ୍‌କୁ ନିୟୋଜିତ କରାଯାଇଛି । ବାଲୁଗାଁରେ ୬ ଟି, ଟାଙ୍ଗୀ ୮ ଟି, ସାତପଡ଼ାରେ ୪ ଟି, ରମ୍ଭାରେ ୨ ଟି, ଚିଲିକା ନୂଆପଡ଼ା ରେ ଗୋଟିଏ ଟିମ୍‌ ନିୟୋଜିତ ହୋଇଛି । ମୋଟ ୧୧୮ ଜଣ କର୍ମଚାରୀ ଏହି ପକ୍ଷୀ ଗଣନା କାର୍ଯ୍ୟ ରେ ନିୟୋଜିତ ହୋଇଛନ୍ତି । ଏହି ଟିମ୍‌ ଚିଲିକାର ବିଭିନ୍ନ ସ୍ଥାନକୁ ଯାଇ ପକ୍ଷୀ ଗଣନା କରୁଛନ୍ତି । ସକାଳ ୬ଟାରୁ ଦିନ ୧୨ଟା ଯାଏ ପକ୍ଷୀ ଗଣନା କରିବେ ଏହି ସ୍ୱତନ୍ତ୍ର ଟିମ୍‌ । ଏହି ଟିମ୍‌ରେ ପକ୍ଷୀ ବିଶାରଦ, ବିଭିନ୍ନ ସଙ୍ଗଠନକୁ ସାମିଲ କରାଯାଇଚି । କେଉଁ କେଉଁ ପକ୍ଷୀ ଆସିଛନ୍ତି ଅତ୍ୟାଧୁନିକ ବାଇନାକୁଲର୍‌ରେ ଦେଖୁଛନ୍ତି । ବନ କର୍ମଚାରୀମାନେ ଏହି କାର୍ଯ୍ୟରେ ଲାଗିଛନ୍ତି । ନର୍ଦନପିଣ୍ଟେଲ, ସୋଭଲର, ବ୍ଲାକ ହେଡ ଆଇବିସ ପ୍ରଜାତିର ପକ୍ଷୀକୁ ଅଧିକ ପରିମାଣରେ ଦେଖାଯାଉଛି କୃଷ୍ଣପ୍ରସାଦ ଅଂଚଳରେ । ତେବେ କୃଷ୍ଣପ୍ରସାଦ ଅଂଚଳରେ ଚଳିତଥର ନୂଆ ପକ୍ଷୀ ନଜରକୁ ଆସି ନ ଥିବା ନଜରକୁ ଆସିଥିବା ବେଳେ ନଳବଣରେ ନୂଆ ପ୍ରଜାତିର ପକ୍ଷୀ ଆସିଥାଇ ପାରନ୍ତି ବୋଲି ପକ୍ଷୀ ଗଣନା କରୁଥିବା ଟିମ ସଦସ୍ୟ ସୂଚନା ଦେଇଛନ୍ତି । ଲାଇନ ଟ୍ରଞ୍ଜାକ୍ଟ ପଦ୍ଧତିରେ ଜିପିଏସ ମାଧ୍ୟମ ରେ କେଉଁ କେଉଁ ଅଞ୍ଚଳ ଅତିକ୍ରମ କରାଯାଉଅଛି ତାହାର ରେକର୍ଡ ରଖାଯାଉଛି । ତେବେ କୃଷ୍ଣପ୍ରାସାଦ ଅଂଚଳରେ ପାଣି କମ୍‌ ଥିବାରୁ କୃଷ୍ଣପ୍ରସାଦ ଅଂଚଳରେ ପକ୍ଷୀ ସଂଖ୍ୟା କମ ଅଛି । କିନ୍ତୁ କୃଷ୍ଣପ୍ରସାଦ ଅଂଚଳକୁ ଛାଡି ଦେଲେ ସମଗ୍ର ଚିଲିକାରେ ପକ୍ଷୀ ସମାଗମ ବେଶ୍‌ ଭଲ ରହିବ ବୋଲି ପକ୍ଷୀ ଗଣନା ଟିମ୍‌ ସଦସ୍ୟ ସୂଚନା ଦେଇଛନ୍ତି । ତେବେ ପକ୍ଷୀ ଗଣନା ଶେଷ ପରେ ବନ ବିଭାଗ ପକ୍ଷରୁ ସବୁ ସୂଚନା ଗଣମାଧ୍ୟମକୁ ଦିଆଯିବା ବୋଲି ବାଲୁଗାଁ ଡିଏଫ୍‌ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment