ଅର୍କକ୍ଷେତ୍ର କୋଣାର୍କରେ ସୌର ରଥଯାତ୍ରା

ପୁରୀ :ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ର କୋଣାର୍କରେ ପବିତ୍ର ଶାମ୍ବ ଦଶମୀ ତିଥିରେ ବିଶ୍ୱମୈତ୍ରିୟ ସୌର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅବଧୂତ ମଠ ଓ ଓଡ଼ିଶା ସୌର ବ୍ରାହ୍ମଣ ପରିବାର ପକ୍ଷରୁ ଏହି ଅନନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱରେ ଶାନ୍ତି ମୈତ୍ରୀ ଭାବ ପ୍ରତିଷ୍ଠା ଓ ଶାରୀରିକ ମାନସିକ ସୁସ୍ଥ କାମନା ନେଇ ଏହି ରଥଯାତ୍ରା ପାଳନ କରାଯାଏ । ଦ୍ୱାପର ଯୁଗରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ଅଭିଶାପ ଗ୍ରସ୍ତ ପୁତ୍ର ଶାମ୍ବ ମୈତ୍ରଏ ବନରେ ଧ୍ୟାନ କରି ସୂର୍ଯ୍ୟ ନାରାୟଣ ପୂଜା କରି ଅଭିଶାପ ମୁକ୍ତ ହୋଇ ରୋଗମୁକ୍ତ ହୋଇଥିଲେ । ଏହି ସ୍ଥାନ କୋଣଦିତ୍ୟ ଭାବେ ମଧ୍ୟ ପରିଚିତ । ଏଣୁ ସୂର୍ଯ୍ୟ ଉପାସନାର ପୂଜାନେଇ ଏହି ରଥଯାତ୍ରା ଧୁମ୍‌ ଧାମରେ ପାଳନ ହୋଇଛି । ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ରଥ ଟାଣି ଟାଣି ନେଇଥିଲେ । ସେଠାରେ ଅବସ୍ଥାନ କରି ମାଘ ସପ୍ତମୀରେ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ରଥରେ ପୁଣି ଫେରିବେ ମହାପ୍ରଭୁ । ଏନେଇ ଶତାଧିକ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ ।

Comments (0)
Add Comment