ଦଶପଲ୍ଲାକୁ ରେଳ ଚଳାଚଳ ଦାବିରେ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଦଶପଲ୍ଲା : ଦଶପଲ୍ଲାକୁ ରେଳ ଚଳାଇବା ପାଇଁ ଦାବୀ ଜୋର ଧରିଲା । ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି । ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ଦିଆଯାଇ ୭ ଦିନ ମଧ୍ୟରେ ଦଶପଲ୍ଲାକୁ ରେଳ ଚଳାଚଳ କରିବା ପାଇଁ ଚେତାବନୀ ଦିଆଯାଇଛି । ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ମହୀପୁର ଏବଂ କୋରଡ଼ା ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରି ସୂଚନା ଦେଇଛନ୍ତି । ଦଶପଲ୍ଲାକୁ ରେଳ ଚଳାଚଳ କରିବାକୁ ନେଇ ରେଳ ବିଭାଗ ପକ୍ଷରୁ ସମୟ ଗଡାଇଗଡାଇ ଦଶପଲ୍ଲା ଜନସାଧାରଣଙ୍କୁ ବିଜେପି ସରକାର ଭଣ୍ଡାଇ ଚାଲିଛି ବୋଲି କଂଗ୍ରେସ ଅଭିଯୋଗ ପକ୍ଷରୁ ଅଭିଯୋଗ ହୋଇଛି କ୍ଷ ଦଶପଲ୍ଲା ଓ ନୟାଗଡ଼ ବାସୀଙ୍କ ବାରମ୍ବାର ଦାବୀ ସତ୍ତେ୍ୱ ଦଶପଲ୍ଲାକୁ ରେଳ ଚଳାଚଳ ହୋଇପାରୁନି । ଦଶପଲ୍ଲା କୁ ରେଳ ଗଡିବା ନେଇ ସ୍ଥାନୀୟ ସାଂସଦ ଯେତିକି ପ୍ରାଧାନ୍ୟ ଦେଇ ସଂସଦ ରେ ପ୍ରସଙ୍ଗ ଉତ୍‌ଥାପନ କରୁନଥିବା କଂଗ୍ରେସ ଅଭିଯୋଗ କରିଛି । ଏଥିପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ମଧ୍ୟ କଂଗ୍ରେସ ଦାୟୀ କରିଛି ।

Comments (0)
Add Comment