ବନବାସୀ ସେବା ସମିତିର ‘ରେଡିଓ ମହକ’ ଉଦଘାଟନ

ବାଲିଗୁଡା: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତର ଏକ ରେଡିଓ କେନ୍ଦ୍ର ରେଡିଓ ମହକ ୮୯.୬ର ଉଦଘାଟନୀ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଏହି ରେଡିଓ ମହକକୁ ଉଦଘାଟନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ୟାପ୍ରତାପ ଶ୍ରୀମଲ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା ,ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ, ଏନଏ ସାହା ଆନସରୀ ପୂର୍ବତନ ସଭାପତି ଓଡିଶା ରେଡିଓ କେନ୍ଦ୍ର,ଏସକେ ଅବଦୁଲ ସାଫିକ ସଭାପତି ସିଏଆରଓ ପ୍ରହଲ୍ଲାଦ ଖୋସ୍ଲା ଲୋକ ସୂଚନା ଓ ସର୍ମ୍ପଲ ଅଧିକାରୀ, ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ପ୍ରମୁଖ ମଂଚାସିନ ଥିଲେ । ବନବାସୀ ସେବା ସମିତିର ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥି ପରିଚୟ କରାଇଥିଲେ । ମୁଖ୍ୟ ଅତିଥି ଉପଜିଲ୍ଲାପାଳ କହିଛନ୍ତି ଯେ ରେଡିଓ କେନ୍ଦ୍ର ବାଲିଗୁଡାରେ ନଥିଲା ଏହା ଭଲ ଜିନିଷ ଗୋଟିଏ ବାଲିଗୁଡାରେ ହେଲା ଏହାର ଆବଶ୍ୟକତା ଥିଲା ବୋଲି କହିଛନ୍ତି । ଶେଷରେ ଖଗେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପେକ୍ଷୀରେ ଏନଏ ସାହା ଆନତ୍ସୀ ଓ ରୁପମ୍ବିକା ତ୍ରିପାଠୀ,ଏସକେ ଅବଦୁଲ ସାଫିକ ଓ ସୁବ୍ରତ ପତିଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ଏଥିରେ ୩୦ୟୁନିଟ ରକ୍ତ ସଂଗୃହିତ ହୋଇଛି ।

Comments (0)
Add Comment