ଲୋୟର ଡ୍ୟାମରୁ ଛଡାଗଲା ପ୍ରଥମ ବନ୍ୟା ଜଳ

ନୂଆପଡ଼ା : ନୂଆପଡା ଜିଲ୍ଲା ତିଖାଳି ସ୍ଥିତ ଲୋୟର ଇନ୍ଦ୍ର ଡ୍ୟାମରୁ ଛଡା ଗଲା ପ୍ରଥମ ବନ୍ୟା ଜଳ । ଡ୍ୟାମର ଦୁଇଟି ଗେଟରୁ ଛଡା ଗଲା ବନ୍ୟାଜଳ । ତିନି ନମ୍ବର ଗେଟରୁ ଦେଢ଼ ମିଟର ପାଣି ଛଡା ଯାଇଥିବା ବେଳେ ଚାରି ନମ୍ବର ଗେଟରୁ ଏକ ମିଟର ପାଣି ଛଡା ଯାଇଥିଲା । ଡ୍ୟାମର ଜଳରାଶି ୩୧୪.୨୫୨ କ୍ୟୁବିକ ମିଟର ଥିବା ବେଳେ ୨୫୦ କ୍ୟୁବିକ ମିଟର ଜଳ ଛଡା ଯାଉଛି । ଡ୍ୟାମର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ସୁନ୍ଦର ଓ ଇନ୍ଦ୍ର ନଦୀରୁ ୫୭.୨୦୯ କ୍ୟୁବିକ ପାଣି ପଶୁଥିବା ବେଳେ ୫୮.୮୨ କ୍ୟୁବିକ ଜଳ ଘଣ୍ଟାକୁ ନିଷ୍କାସନ କରାଯିବ ବୋଲି ସୁପରିଟେଡେଣ୍ଟ ଦୀପକ ମୁର୍ମୁ କହିଛନ୍ତି । ପ୍ରଥମେ ପୂଜକ ପୂଜା ଅର୍ଚ୍ଚନା କଳା ପରେ ପ୍ରଥମ ବନ୍ୟା ଜଳ ଡ୍ୟାମରୁ ନିଷ୍କାସନ କରାଯାଇଥିଲା । ଏହି ସମୟରେ ଲୋୟର ଇନ୍ଦ୍ର ଡ୍ୟାମର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର ଖଟୁଆ, କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ,ଏସଡ଼ିଓ ହେମ କୁମାର ନାଏକ, କନିଷ୍ଠ ଯନ୍ତ୍ରୀ ଜୁରିଲାଲ ଲୁହାର ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Comments (0)
Add Comment