ଚମ୍ପୁଆ: ୭ ଦଫା ଦାବି ନେଇ ଚମ୍ପୁଆ ଗ୍ରାମୀଣ ଡାକ ସେବକ କର୍ମଚାରୀ ମାନେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଆହ୍ୱାନ କ୍ରମେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଆରମ୍ଭ କରିଛନ୍ତି । ଏହି ଧର୍ମଘଟରେ ଚମ୍ପୁଆ ଡାକଘର ଅଧିନରେ ରହିଥିବା ୧୦ଟି ଗ୍ରାମୀଣ ଡାକସେବକ ରିମୁଳି ଅଧିନରେ ଥିବା ୧୪ଟି ଏବଂ ବ୍ରହ୍ମପୁର କରଂଜିଆ ସେକ୍ସନର ୧୫ଟି ଗ୍ରାମୀଣ ଡାକ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ । ଫଳରେ ଡାକ ଘର ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଏକପ୍ରକାର ବନ୍ଦ ହୋଇଯାଇଛି । ସେମାନଙ୍କ ଦାବି ଆନୁଯାୟୀ କାର୍ଯ୍ୟର ନିର୍ଘଂଟ ସୀମା ୮ ଘଂଟା, ନିୟମିତ କର୍ମଚାରୀ ଭଳି ପଦୋନ୍ନତି, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଯୋଗାଣ, ଗ୍ରାଚୁଟି ଏବଂ ଗୃପ ଇନସୁରାନ୍ସ ୫ ଲକ୍ଷ ଟଙ୍କା କରିବା, ୧୮୦ ଦିନ କାର୍ଯ୍ୟ ଦିବସ ଓ ଟାର୍ଗେଟ ନାମରେ ସେବକଙ୍କୁ ଦିଆଯାଉଥିବା ନିର୍ଯାତନା ବନ୍ଦ କରିବାକୁ ଦାବି କରିବା ସହିତ ଚମ୍ପୁଆ ଉପଡାକ ଘର ସମ୍ମୁଖରେ ଧାରଣା ଦେଇଥିଲେ ।