ସାଂସଦଙ୍କ ଦ୍ୱାରା ଜଗନ୍ନାଥପୁର ମା’ ଭଣ୍ଡାରଘରଣୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସଦର ପଞ୍ଚାୟତ ଗ୍ରାମଠାରେ ମାଁ ଭଣ୍ଡାର ଘରଣୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ଦହଣା ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନିମନ୍ତେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଭୂମିପୂଜନ କରିଥିଲେ । ଜଗନ୍ନାଥପୁର ପଞ୍ଚାୟତରେ ଥିବା ମା ଭଣ୍ଡାରଘରଣୀ ମନ୍ଦିର ନିର୍ମାଣ ନିମନ୍ତେ ୫-ଟି ଅନୁଦାନ ୧୦ ଲକ୍ଷ ଟଙ୍କା ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଅନୁମୋଦନ ହୋଇଥିବା ବେଳେ ଦହଣା ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନିମନ୍ତେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୮ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ମଧ୍ୟରୁ ନନ୍ଦାହାଣ୍ଡି ଜୋନ୍‌ ୨ ଜ଼ିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର, ନନ୍ଦାହାଣ୍ଡି ଲାମ୍ପସ ସଭାପତି ଲକ୍ଷ୍ମୀ ନାରାୟଣ ମାଝୀ, ନନ୍ଦାହାଣ୍ଡି ସାଂସଦ ପ୍ରତିନିଧି ସୁନୀଲ ସାହୁ, ନନ୍ଦାହାଣ୍ଡି ବିଧାୟକ ପ୍ରତିନିଧି ତଥା ବ୍ଲକ ବିଜେଡି ସଭାପତି ଦୟାନିଧି ବିଷୋୟୀ, ଦହଣା ସମିତି ସଭ୍ୟା ହିରାମଣୀ ଜାନୀ, ନାଏବ ସରପଞ୍ଚ ଶ୍ରୀମତୀ କନକ ପାଇକ, ଲକ୍ଷ୍ମଣ ଗରଡା, ନନ୍ଦାହାଣ୍ଡି ବ୍ଲକ ବିଜେଡି ଯୁବ ସଭାପତି ପୁରନ୍ଦର ଭତ୍ରା, ପୂର୍ବତନ ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ନୀଳାମ୍ବର ଅମନାତ୍ୟ, ଚୈତନ୍ୟ ମହାଙ୍କୁଡ, ମୁନା ପଟ୍ଟନାୟକ, ସୁବାସ ବାଙ୍କିଆ, କାଳିଆ ବାଙ୍କିଆ ଓ ବିଜୁ କର୍ମୀଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।

Comments (0)
Add Comment