ବିଭିନ୍ନ ଦାବୀରେ ପାଚିକା ମହାସଂଘର ଧାରଣା ଓ ବିକ୍ଷୋଭ

ବଲାଙ୍ଗୀର : ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ବଲାଙ୍ଗୀର ତରଫରୁ ୧୦ଟି ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଯାଇଥିଲା । ଶ୍ରମିକ ସଂଗଠନ ଏଆଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ପାଚିକା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେଇଛନ୍ତି । ମଧ୍ୟାହ୍ନ ଭୋଜନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ମହିଳା ଶ୍ରମିକଙ୍କୁ ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ଦାବୀ ସରକାର ବିଚାର କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସର୍ବନିମ୍ନ ମଜୁରୀ, ନିର୍ଦ୍ଦିଷ୍ଟ ଦିନରେ ଦରମା, ୨୮ମାସର ବକେୟା ପାଉଣା, ୧୦ମାସ ବଦଳରେ ୧୨ମାସର ପାଉଣା, ପ୍ରସୂତିକାଳିନ ଛୁଟି ଇତ୍ୟାଦି ଦାବୀ କରାଯାଇଛି ।

Comments (0)
Add Comment