ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବତ୍କୃତା ପ୍ରତିଯୋଗୀତା

ଫୁଲବାଣୀ :-ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବକ୍ରୃତା ପ୍ରତିଯୋଗୀତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଫୁଲବାଣୀର ପ୍ରଧାନ ଶିକ୍ଷୟତ୍ରୀ ମୀନା କୁମାରୀ ଦିଗାଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶିକ୍ଷୟତ୍ରୀ ତରୁଲତା ପରିଡ଼ା, ସୁଜାତା ପଟ୍ଟନାୟକ, ମୀନା କୁମାରୀ ଭୋଇ, ରାମକୃଷ୍ଣ ନନ୍ଦ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍‌ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ରୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଶଶିରେଖା ବେହେରା ପ୍ରଥମ, ଲକ୍ଷ୍ମୀପ୍ରିୟା ସାହୁ ଦ୍ୱିତୀୟ ଏବଂ ଡି. ଭାଗ୍ୟଶ୍ରୀ ତୃତୀୟ ହୋଇଥିଲେ । ସେହିପରି ଚିତ୍ରଙ୍କନରେ ବିଜୟିନୀ ମାଝୀ ପ୍ରଥମ, ଦେବସ୍ମିତା କହଁର ଦ୍ୱିତୀୟ ଏବଂ ଅର୍ଚ୍ଚନା ପ୍ରଧାନ ତୃତୀୟ ହୋଇଥିଲେ । ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ରୀମାନଙ୍କୁ ଅବଗତ କରିଥିଲେ । ପ୍ରତିଯୋଗିତାରେ ବିଜୟୀ ହୋଇ ଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍‌ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ଉପସ୍ଥିତ ଥିବା ଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱେଚ୍ଛାସେବୀ ରିତିମା ବାଘ୍‌ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment