ମାଁ ବଡମଲେନ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,କଳାହାଣ୍ଡିକୁ ହରାଇ ବଲାଙ୍ଗିର ଚାମ୍ପିୟନ

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଗ୍ରାମ ପଞ୍ଚାୟତ ସଦର ଉପାନ୍ତ ଅଞ୍ଚଳ ଛତିଶଗଡ଼ ବୋର୍ଡର ଖେଳ ପଡିଆ ଠାରେ ମାଁ ବଡମଲେନ୍‌ କ୍ରିକେଟ କମିଟି ତରଫରୁ ଆୟୋଜିତ ହୋଇଥିବା ମାଁ ବଡମଲେନ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ବିଦ୍ରା ନୟାଗଡ କ୍ଷେତ୍ର ଛତିଶଗଡ଼ ବିଧାୟକ ଡମ୍ୱରୁଧର ପୂଝାରୀ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସିନାପାଲି ବ୍ଲକ ଉପାଧ୍ୟକ୍ଷା ମିନା ଘିଭେଲା, ସିନାପାଲି ଗ୍ରାମ ପଞ୍ଚାୟତ ସମିତିସଭ୍ୟ ମନିଷ ପଟେଲ, ସରପଞ୍ଚ ନୂଆମାଲପଡା ବନିତା ପୋଡ, ସମିତିସଭ୍ୟ ଟୋକଚନ ମାଝି, ସମିତିସଭ୍ୟ କଇଟପଦର ନରହରି ହଂସ, ଚିନ୍ମୟ କୁମାର ମୁଣ୍ଡ, ଡମ୍ୱରୁପତି, ଦେବିଚରଣ ମାଝି, ସନ୍ତରାମ ମାଝି, ଗଙ୍ଗାରାମ ମାଝି, ତରୁଣ କୁମାର ମେହେର, କୁଞ୍ଜ ବିହାରୀ ଯୋଶୀ, ଜୟରାମ ସାହୁ, ଶଙ୍କର ଲାଲ କାଣ୍ଡ, ପ୍ରେମଚାନ୍ଦ ବୈଠାରୁ, ଲିଙ୍ଗରାଜ ଘିଭେଲା, ସତ୍ୟବ୍ରତ ଗହିର
ପ୍ରମୁଖ ମଞ୍ଚାସିନ ଥିଲେ । ଫାଇନାଲ ମ୍ୟାଚରେ ପ୍ରଥମେ ବଲାଙ୍ଗିର ଇଲେଭେନ୍‌ ଏକାଦଶ ଟସ୍‌ ଜିତି ୧୫ ଓଭରରେ ୯ ୱିକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲା । ଜବାବରେ କଲାହାଣ୍ଡି ଶଙ୍କର ଇଲେଭେନ୍‌ ୧୫ ଓଭର ରେ ୮ୱିକେଟ ହରାଇ ୧୭୧ ରନ ସଂଗ୍ରହ କରି ପରାଜୟ ହୋଇଥିଲା । ଫଲରେ ବଲାଙ୍ଗିର ଇଲେଭେନ୍‌ଙ୍କୁ ଚାମ୍ପିୟନ ଘୋଷଣା କରାଯାଇଥିଲା । ଏହି ଖେଳାକୁ ସ୍ୱରୁପ ଯୋଶୀ ଓ ସଂଜୟ ମେହେର ପରିଚାଳନା କରିଥିବା ବେଳେ ଉଦଘୋଷକ ଭାବେ ପ୍ରକାଶ ପାତ୍ର, ବିଜୟ ସେଠି, ଭିମରାଜ ତାଣ୍ଡି, ଦାଦୁ ଖାନ ଦାୟିତ୍ୱ ତୁଲାଇଥିଲେ । ସ୍କୋରର ଭାବେ ଡାଲେଶ୍ୱର ମାଝି ଦାୟିତ୍ୱ ତୁଲାଇଥିଲେ । ଖେଳ ଶେଷରେ ବିଜେତା ଦଳ ଓ ରନର୍ସ ଦଳକୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୨ ତାରିଖ ଶେଷ ହୋଇଥିଲା । ଏଥିରେ ଶଙ୍କର ଇଲେଭେନ୍‌ କଲାହାଣ୍ଡି, ନୂଆପଡା, ଆରସିସି ନବରଙ୍ଗପୁର, ଡିଏସସିସି ସିନ୍ଧେକେଲା, ୟୁବରାଜ ଇଲେଭେନ୍‌, ଏସଭିସିସି ଲାଞ୍ଜି, ଉଜ୍ଜ୍ୱଳ ଇଲେଭେନ୍‌ ଭିଲାଇ ଦୁର୍ଗ, ବଲାଙ୍ଗିର ଇଲେଭେନ୍‌ ଏକାଦଶ ଭାଗ ନେଇଥିବା ବେଳେ ବଲାଙ୍ଗିର ଇଲେଭେନ୍‌ ଚାମ୍ପିୟନ ହୋଇଥିଲା । ଉକ୍ତ କମିଟି ସଭାପତି ଡାଲେଶ୍ୱର ମାଝି, ସମ୍ପାଦକ ଗୋବର୍ଦ୍ଧନ ମାଝି, କୋଷାଧ୍ୟକ୍ଷ ଗଣେଶ ପୋଡ ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିବା ବେଳେ କମିଟିର ଅନ୍ୟାନ୍ୟ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Comments (0)
Add Comment